fbpx

ନିର୍ବାଚନୀ ହିଂସାକୁ ନେଇ ଉଚ୍ଚସ୍ତରୀୟ ବୈଠକ: ଗଣ୍ଡଗୋଳ, ହିଂସାକୁ ବରଦାସ୍ତ କରାଯିବନି କହିଲେ ଡିଜିପି

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ । ବୁଧବାର ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । କିନ୍ତୁ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଡକାଇଛନ୍ତି ଜରୁରୀ ବୈଠକ ।

ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ମଧ୍ୟ ଏହି ବୈଠକରେ ସାମିଲ ଥିଲେ । ତେବେ ବୈଠକ ପରେ ପୋଲିସ ମହାନିର୍ଦ୍ଦେଶକ ସୁଦୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନିର୍ବାଚନ ସମୟରେ କୌଣସି ଗଣ୍ଡଗୋଳ, ହିଂସାକୁ ବରଦାସ୍ତ କରାଯିବନି, କାଲି କିଛି ଜାଗାରେ ହିଂସା, ଗଣ୍ଡଗୋଳ ହୋଇଥିବା ନଜରକୁ ଆସିଛି । ଗଣ୍ଡଗୋଳରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି ।

ସେ ଆହୁରି କହିଛନ୍ତି ଗଣ୍ଡଗୋଳକାରୀଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କର୍ଯ୍ୟାନୁଷ୍ଠାନ ନିଆଯିବ । ଭୋଟ ଗ୍ରହଣ ପ୍ରକ୍ରିୟାରେ ଯେଉଁମାନେ ବାଧାଦେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଲକୁଲ ବରଦାସ୍ତ କରାଯିବନି । ବାକି ୪ ପର୍ଯ୍ୟାୟ ନିର୍ବାଚନ ବିନା ହିଂସାରେ କରିବାକୁ ପଦକ୍ଷେପ ନେଉଛୁ । ଭୋଟ ଦେବାକୁ ଥିବା ସ୍ଥାନରେ ପୋଲିସ ମୁତୟନ କଡ଼ାକଡ଼ି କରାଯାଉଛି ବୋଲି କହିଛନ୍ତି ଡିଜିପି ।

Get real time updates directly on you device, subscribe now.