fbpx

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି: କୋଟିଆରେ ପଡ଼ିବ ଭୋଟ, ସିଲ୍ ହେଲା ସୀମା

ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ କୋଟିଆରେ ପଡ଼ିବ ଭୋଟ୍ । ଏହାକୁ ଦୃଷ୍ଟିରେ ରଖି ଭୋଟ୍ ପୂର୍ବରୁ ଓଡ଼ିଶା-ଆନ୍ଧ୍ର ସୀମାକୁ ସିଲ୍ କରିଛି ପୋଲିସ । ସୀମା ସିଲ୍ ହୋଇଥିବା ସ୍ଥାନରେ ତମ୍ବୁଟାଣି ପୋଲିସର ପହରା । ଓଡ଼ିଶା ସୀମାରେ ଗାଡ଼ି ଯାଞ୍ଚକୁ କରାଯାଇଛି କଡ଼ାକଡ଼ି । ଓଡ଼ିଶା ପରିଚୟପତ୍ର ଦେଖାଇଲେ ପ୍ରବେଶକୁ ମିଳୁଛି ଅନୁମତି । ପ୍ରତ୍ୟେକ ବୁଥ୍ ଉପରେ ପୋଲିସ ପ୍ରଶାସନ ନଜର ରଖିଥିବାବେଳେ ସବୁ ବୁଥରେ ମୁତୟନ ହୋଇଛନ୍ତି ଓଡ଼ିଶା ପୋଲିସ ।

ସୂଚନାଯୋଗ୍ୟ, ରାଜ୍ୟରେ ୧୬ ଫେବୃଆରୀଠାରୁ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ । ବୁଧବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ତେବେ କୋଟିଆ ଏବଂ ଆନ୍ଧ୍ର ମଧ୍ୟାରେ ସୀମା ବିବାଦ ମଧ୍ୟରେ ନିର୍ବାଚନ ହେଉଥିବାରୁ, ଯେପରି କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପୋଲିସ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ।

Get real time updates directly on you device, subscribe now.