fbpx

ବିରଳ ମାତୃତ୍ୱ: ମାଆ କୁକୁରଠାରୁ କ୍ଷୀର ପିଉଛନ୍ତି ଛେଳି ଛୁଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏ ଦୁନିଆରେ ମାଆର ସ୍ଥାନ ସବୁଠାରୁ ଉଚ୍ଚରେ । ମାଆ ତା’ର ଛୁଆ ପାଇଁ କିଛି କରିପାରେ, ଏକଥା ଯୁଗ ଯୁଗରୁ ଉଦାହରଣ ହୋଇ ରହି ଆସିଛି । ତେବେ ନିକଟରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏପରି ଏକ ଘଟଣାର ପୁନରାବୃତ୍ତି ଘଟିଛି । ଏକ ବୁଲା କୁକୁର ନିଜ ଛୁଆଙ୍କ ସହ ଛେଳି ଛୁଆଙ୍କୁ କ୍ଷୀର ଦେଉଥିବା ଦେଖିବାକୁ ମିଳିଛି । ଏହି ବିରଳ ମାତୃପ୍ରେମ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜଣାପଡ଼ିଛି ଯେ, ଜାମଦା ବ୍ଲକ ଅନ୍ତର୍ଗତ ମଧୁପୁର ଗ୍ରାମର ଜଣେ ବ୍ୟକ୍ତିଙ୍କର ଏକ ଛେଳି ଦୁଇଟି ଛୁଆଙ୍କୁ ଜନ୍ମ ଦେଇଥିଲା । ତେବେ ଛୁଆଙ୍କୁ ଜନ୍ମଦେବା ପରେ ମାଆ ଛେଳିର ମୃତ୍ୟୁ ଘଟିଥିଲା । ଏହାପରେ ଛୁଆ ଦୁଇଟି ମାଆକୁ ହରାଇ ଖାଇବା ପିଇବା ଛାଡ଼ି ଦେଇଥିଲେ । ଦିନେ୍ ହଠାତ୍ ଏକ ବୁଲା କୁକୁରଠାରୁ ଉକ୍ତ ଦୁଇ ଛେଳି ଛୁଆ କ୍ଷୀର ପିଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହି ଘଟଣା ଦେଖଣାହାରୀଙ୍କୁ ହତବାକ୍ କରିଦେଇଥିଲା । ଏହାପରେ କିଛି ବ୍ୟକ୍ତି ଏହି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡି କରି ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରିଥିଲେ । ଏହି ଘଟଣାକୁ ନ ଦେଖିବା ପର୍ଯ୍ୟନ୍ତ କେହି ହୁଏତ ବିଶ୍ୱାସ କରିନପାରନ୍ତି, ମାତ୍ର କୁକୁରଟିର ମାତୃପ୍ରେମ ନିଶ୍ଚିତ ଭାବେ ଏକ ମହତ୍ କାର୍ଯ୍ୟ ।

Get real time updates directly on you device, subscribe now.