fbpx

ଆସନ୍ତା ୩ରୁ ଶିକ୍ଷକ ନିଯୁକ୍ତି ପ୍ରବେଶିକା ପରୀକ୍ଷା, କେବଳ ଅନଲାଇନରେ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହାଇସ୍କୁଲଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନେଇ ଆବେଦନ ପ୍ରକ୍ରିୟା ସମାପ୍ତ ହୋଇଛି । ନିଯୁକ୍ତି ହେବାକୁ ଥିବା ୧୧ ହଜାର ୪୦୩ ଶିକ୍ଷକ ପଦବୀ ନିମନ୍ତେ ପ୍ରାୟ ୬୦ ହଜାରରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି । ଆବେଦନ କରିଥିବା ପ୍ରାର୍ଥୀମାନେ ଆସନ୍ତା ୨୧ ତାରିଖରୁ www.dseodisha.in ଲଗଇନ କରି ସେମାନଙ୍କର ଆଡମିଡ୍ କାର୍ଡ ପାଇପାରିବେ । ଅନ୍ୟ କୌଣସି ମୋଡ଼ରେ ପରୀକ୍ଷାର୍ଥୀଙ୍କ ନିକଟକୁ ଆଡମିଟ୍ କାର୍ଡ ପଠାଯିବ ନାହିଁ । ଆସନ୍ତା ମାସ ୩ ତାରିଖରୁ ଶିକ୍ଷକ ନିଯୁକ୍ତି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ନିଯୁକ୍ତି ପ୍ରକ୍ରିୟା କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ଼ରେ ଅନୁଷ୍ଠିତ ହେବ । ହିନ୍ଦି, ସଂସ୍କୃତ ଓ ଶାରୀରିକ ଶିକ୍ଷା ପ୍ରଶିକ୍ଷକଙ୍କ ସହ କଳା, ବିଜ୍ଞାନ ଟିଜିଟି ବର୍ଗ ପାଇଁ ପରୀକ୍ଷା କରାଯିବ । କେଉଁ ଦିନ କେଉଁ ପରୀକ୍ଷା ହେବ ସେନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେତେବେଳେ କେଉଁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ରହିଛି, ସେନେଇ ଆଡମିଟ୍ କାର୍ଡରେ ସୂଚନା ଦିଆଯାଇଛି । ଟିଜିଟି କଳାରେ ୩୩୦୮, ଟିଜିଟି ସାଇନ୍ସ ପିସିଏମରେ ୨୩୭୦, ଟିଜିଟି ସାଇନ୍ସ ସିବିଜେଡରେ ୧୫୪୪, ହିନ୍ଦିରେ ୧୭୫୩, ସଂସ୍କୃତରେ ୧୧୮୮, ତେଲୁଗୁରେ ୨୨, ପିଇଟିରେ ୧୨୧୮ଟି ସିଟ୍ ପୂରଣ ହେବ । ଚଳିତ ଥର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ଏସଇବିସି ବର୍ଗ ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.