fbpx

କେବଳ ୪୫ ମିନିଟ୍ ରେ ଘରେ ପହଞ୍ଚିବ ଗ୍ରୋସରୀ, Flipcart ଲଞ୍ଚ୍ କଲା Quick Delivery ସର୍ଭିସ୍

ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ Flipcart ଏବେ ଏକ ନୂତନ ସର୍ଭିସ୍ ଆରମ୍ଭ କରିବାକୁ ଯାଉଛି । ଏଣିକି Flipkart Quick Delivery Service ଦ୍ୱାରା ୪୫ ମିନିଟ୍ ମଧ୍ୟରେ ଗ୍ରୋସରୀ ଆପଣଙ୍କ ଘରେ ପହଞ୍ଚିବ । ଏହି Quick Delivery Service ଦ୍ୱାରା ଗ୍ରୋସରୀ ଘରେ ପହଞ୍ଚାଇବାର ସମୟ ୯୦ ମିନିଟ୍ ରୁ କମ୍ ହୋଇ ୪୫ ମିନିଟ୍ ରହିବ ।

ତେବେ ଏହି Flipkart Quick Delivery Service ବର୍ତ୍ତମାନ ପାଇଁ କେବଳ ବେଙ୍ଗାଲୁରୁରେ ଆରମ୍ଭ କରାଯାଇଛି । ଆସନ୍ତା ମାସ ଏହି ସର୍ଭିସ୍ ଅଧିକରୁ ଅଧିକ ସହରରେ ଉପଲବ୍ଧ ହେବ । ଏନେଇ ଇଟି ପକ୍ଷରୁ ରିପୋର୍ଟ କରାଯାଇଛି । Blinkit, Zepto, Swiggy Instamart ଓ Dunzo ଭଳି ଇ-କର୍ମସ ସାଇଟ୍ ୧୫ରୁ ୨୦ ମିନିଟ୍ ଭିତରେ କଷ୍ଟମର୍ ଙ୍କ ପାଖରେ ଗ୍ରୋସରୀ ଡେଲିଭର୍ କରୁଥିବା ବେଳେ ଫ୍ଲିପକାର୍ଟ ମଧ୍ୟ ଏହି ସର୍ଭିସ୍ ଆରମ୍ଭ କରିଛି ।

ଏହି ପରିପ୍ରେକ୍ଷୀରେ ଫ୍ଲିପକାର୍ଟର ସିଇଓ କଲ୍ୟାଣ କ୍ରିଷ୍ଣମୂର୍ତ୍ତି କହିଛନ୍ତି ଯେ, ଗ୍ରାହକଙ୍କୁ ଉତ୍ତମ ସେବା ଦେବା ପାଇଁ ଆମେ ଏହି ପଦକ୍ଷେପ ନେଇଛୁ । ତେଣୁ ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି କ୍ୱିକ୍ ଡେଲିଭେରୀ ସର୍ଭିସ୍ ଆରମ୍ଭ କରିଛୁ । ବିଦ୍ୟମାନ ସମୟରେ ୯୦ ମିନିଟ୍ ମଧ୍ୟରେ ଡେଲିଭେରି ସର୍ଭିସ୍ ୧୪ଟି ସହରରେ ଉପଲବ୍ଧ ହେଉଛି । ସୂଚନାଯୋଗ୍ୟ ଯେ, ଫ୍ଲିପକାର୍ଟ କ୍ୱିକ୍ ଗତବର୍ଷ ଲଞ୍ଚ କରାଯାଇଥିଲା ।

Get real time updates directly on you device, subscribe now.