ପ୍ରକାଶ ପାଇଲା UGC Net Result ୨୦୨୧, ଚେକ୍ କରିବା ପାଇଁ ଏହି ଲିଙ୍କ୍ ରେ କରନ୍ତୁ କ୍ଲିକ୍

ନୂଆଦିଲ୍ଲୀ: ୟୁଜିସି ନେଟ୍ ରେଜଲ୍ଟ ୨୦୨୧ ଜାରି ହୋଇଯାଇଛି । ଏହି ଫଳାଫଳ ଗତବର୍ଷ ଡିସେମ୍ବର ୨୦୨୦ ଓ ଜୁନ୍ ୨୦୨୧ ପରୀକ୍ଷା ପାଇଁ ଜାରି କରାଯାଇଛି । ଯେଉଁ ମାନେ ଏହି ପରୀକ୍ଷା ଦେଇଥିଲେ ସେମାନେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନଟିଏ)ର ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in ରେ କ୍ଲିକ୍ କରି ନିଜ ନିଜର ଫଳାଫଳ ଦେଖିପାରିବେ ।

୧୨ ଲକ୍ଷରୁ ଅଧିକ ପିଲା ଏହି ପରୀକ୍ଷା ଦେଇଥିବା ବେଳେ ଫଳାଫଳକୁ ଅପେକ୍ଷା କରିଥିଲେ । ଆଜି ସେହି ଅପେକ୍ଷାର ଅନ୍ତ ହୋଇଛି । ଏହି ପରୀକ୍ଷା ତିନିଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ୨୦୨୧, ନଭେମ୍ବର ୨୦ରୁ ଡିସେମ୍ବର ୫ ମଧ୍ୟରେ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଡିସେମ୍ବର ୨୪ରୁ ୨୭, ୨୦୨୧ରେ ହୋଇଥିଲା ଏବଂ ତୃତୀୟ ପର୍ଯ୍ୟାୟ ୨୦୨୨ ଜାନୁଆରୀ ୪ ଓ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା ।