fbpx

ଆସୁଛି ଟାଟାର ସୁପର ଆପ୍: ଇ-କମର୍ସ କମ୍ପାନୀଙ୍କୁ ଦେବ କଡ଼ା ଟକ୍କର

ଲୁଣରୁ ଆରମ୍ଭ କରି ଲୁହା ତିଆରି କରୁଥିବା କମ୍ପାନୀ ଟାଟା ଗ୍ରୁପ୍ ଏବେ ଇ-କମର୍ସ କ୍ଷେତ୍ରରେ ପଦାର୍ପଣ କରିବାକୁ ଯାଉଛି । ଏଥିପାଇଁ TATA NEU ଭାବରେ ସୁପର ଆପ ତିଆରି କରିଛି । ପ୍ରାରମ୍ଭିକ ପରୀକ୍ଷଣ ପରେ ଏବେ ଏହି ଆପକୁ ଆସନ୍ତା ମାସ ସୁଦ୍ଧା ଲଞ୍ଚ କରାଯିବ । କୁହାଯାଉଛି ଏହି ସୁପର ଆପ୍ ଜିଓ ପ୍ଲାଟଫର୍ମ, ଆମାଜନ ତଥା ଫ୍ଲିପକାର୍ଟ ଭଳି ଇ-କମର୍ସ କମ୍ପାନୀଙ୍କୁ ଟକ୍କର ଦେବ ।

ସୂଚନାଯୋଗ୍ୟ, ଇ-କମର୍ସ କ୍ଷେତ୍ରରେ ସଂପୂର୍ଣ୍ଣ ପ୍ରସ୍ତୁତି ସହ ପ୍ରବେଶ କରିବା ପାଇଁ  ପୂର୍ବରୁ ଅନଲାଇନ ଗ୍ରୋସରୀ କମ୍ପାନୀ ବିଗ୍ ବାସ୍କେଟ, ୧ଏମଜି, କ୍ୱୋର ଫିଟ୍ ସହ ଅନେକ କମ୍ପାନୀର ଅଧିଗ୍ରହଣ କରିଛି । ଫଳରେ  । ଏଥିପାଇଁ ଏହି ଆପ୍କୁ ୱାନ ଷ୍ଟପ୍ ସଲ୍ୟୁଶନ କୁହାଯାଉଛି ଏବଂ ଏଠାରେ ଗ୍ରାହକଙ୍କୁ ସବୁ ପ୍ରକାର ସୁବିଧା ମିଳିବ ।

ଏହି ଆପରେ ଗ୍ରାହକଙ୍କୁ ରିଟେଲ କମ୍ପାନୀ କ୍ରୋମା, ଏଣ୍ଟରଟେନମେଣ୍ଟ ପାଇଁ ଟାଟାପ୍ଲେ, ଫ୍ଲାଇଟ ଟିକେଟ ବୁକ୍ିଂ ପାଇଁ ଏୟାର ଏସିଆ ଭଳି ଅନେକ ବୁକିଂ ସୁବିଧା ମିଳିବ । ଏହା ଛଡ଼ା ଟାଟା ନ୍ୟୁ ଦ୍ୱାରା ସମସ୍ତ ପ୍ରକାର ରିଚାର୍ଜ, ଟଙ୍କା ନେଣଦେଣ, ଇଏମଆଇ ଭରିବା ଭଳି କାର୍ଯ୍ୟ ମଧ୍ୟ କରାଯାଇପାରିବ ।

ଆଇପିଏଲ ଟି-୨୦ ରେ ମଧ୍ୟ ଟାଟା ମୁଖ୍ୟ ଆୟୋଜକ ଭାବରେ ସାମିଲ ହୋଇଛି ଏଠାରେ ନିଜର ଆପ୍କୁ ପ୍ରମୋଟ ମଧ୍ୟ କରିବ ଟାଟା ଗ୍ରୁପ୍ ।

Get real time updates directly on you device, subscribe now.