fbpx

କମିଶନରେଟ ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ: ମୋବାଇଲ, ସୁନା ମୁଦି ସହ ମାରଣାସ୍ତ୍ର ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ କବଜାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ । ୭ ଜଣକ ମଧ୍ୟରୁ ୪ ଅପରାଧି ଥିଲେ, ଜଣେ ଓୟୋ ହୋଟେଲର ମ୍ୟାନେଜର, ଆଉ ଜଣେ ଚୋରି ମୋବାଇଲକୁ ବିକ୍ରି କରୁଥିଲା । ସେମାନଙ୍କ  ଠାରୁ ୨୧ ଟି ମୋବାଇଲ, ସୁନା ମୁଦି ଓ ଟଙ୍କା ସହ ମାରଣାସ୍ତ୍ର ଜବତ ।

ରାତିରେ ଏକୁଟିଆ ଯାଉଥିବା ବ୍ୟକ୍ତିଙ୍କୁ କରୁଥିଲେ ଟାର୍ଗେଟ । ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ରହିଛି ୧୮ଟି ଲୁଟ୍ ମାମଲା । ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ଚଢ଼ାଉ ଜାରି ରହିଥିବା ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ।

Get real time updates directly on you device, subscribe now.