fbpx

ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ

ମାଲକାନଗିରି: କାଲିମେଳା ବ୍ଲକ ଅନ୍ତର୍ଗତ ଦୋରିଗୁଡା ନିକଟରେ ଯୁବକ, ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାଲିମେଳା ଥାନା ଅନ୍ତର୍ଗତ ଦୋରିଗୁଡା ନିକଟରେ ।

ସୂଚନା ଅନୁସାରେ ଆଜି ସକାଳୁ ଏହି ଅଞ୍ଚଳରେ ଏକ ଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତ ଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏହାପରେ ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକ ମାନେ ପୋଲିସ୍ କୁ ଖବର ଦେଇଥିଲେ ଓ ପରେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ମୃତ୍ୟୁର କାରଣ ଖୋଜିବା ପାଇଁ ଛାନ୍ ଭିନ୍ ଆରମ୍ଭ କରିଥିଲା ।

ତେବେ ଉଭୟଙ୍କ ପରିଚୟ ପୋଲିସ୍‌ ହାତରେ ଲାଗିଛି ଯୁବକ ଜଣଙ୍କ ଘର ଏମଭି – ୯୪ ଗ୍ରାମରେ ହୋଇଥିବା ବେଳେ ଯୁବତୀଙ୍କ ଘର ଏମଭି – ୬୪ ବୋଲି ସୂଚନା ଦେଇଛି କାଲିମେଳା ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ୍ ପକ୍ଷରୁ ସନ୍ଦେହ କରାଯାଉଥିବାବେଳେ, ଘଟଣା ସ୍ଥଳରୁ ଏକ ମଟର ସାଇକେଲେ ନ – OD-30 D 6443,ଯୁବକ ଓ ଯୁବତୀଙ୍କ ବୟସ ଯଥାକ୍ରମେ ୨୦ ରୁ ୨୫ ଭିତରେ କହିଛନ୍ତି ଏସଆଇ ଏକେ ପ୍ରଧାନ କହିଛନ୍ତି ।  ପରେ ମାଲକାନଗିରି SDPO ଶୁଭେନ୍ଦୁ କୁମାର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି । ଏଥିସହ କୋରାପୁଟ ଠାରୁ ସାଇଣ୍ଟିକ ଟିମ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି ଶ୍ରୀ ପାତ୍ର ।

 

 

Get real time updates directly on you device, subscribe now.