fbpx

ପାକିସ୍ତାନରେ ଏହି ସୈନ୍ୟ ଅଧିକାରୀ, ନେତାଙ୍କ ପାଖରେ ରହିଛି କୋଟି କୋଟି ସମ୍ପତ୍ତି, ସ୍ୱିସ୍ ବ୍ୟାଙ୍କ ଡାଟା ଲିକରେ ହେଲା ଖୁଲାସା

ବଢ଼ୁଥିବା ଦରଦାମ ଏବଂ ଆର୍ଥିକ ସଂକଟ ଯୋଗୁଁ ପାକିସ୍ତାନର ଅବସ୍ଥା ଖରାପ ରହିଛି । କିନ୍ତୁ ଏହି ଦେଶରେ କିଛି ଏମିତି ଲୋକ ରହିଛନ୍ତି ଯେଉଁମାନଙ୍କର ଅପର୍ଯ୍ୟାପ୍ତ ଧନ ରହିଛି ଏବଂ ତାହା ସ୍ୱିସ୍ ବ୍ୟାଙ୍କରେ ରହିଛି । ଏହି ବ୍ୟାଙ୍କ ସହ ଜଡ଼ିତ ଏକ ଡାଟା ଲିକ୍ ହେବାପରେ ୧୪୦୦ ପାକିସ୍ତାନୀ ନାଗରକିଙ୍କ ସହ ଜଡ଼ିତ ୬୦୦ ଆକାଉଣ୍ଟରୁ ଏହି ସୂଚନା ସାମ୍ନାକୁ ଆସିଛି । ଏଥିରେ ପାକିସ୍ତାନର ଅନେକ ନେତା ଏବଂ ସେନାର ପ୍ରମୁଖ ଅଧିକାରୀଙ୍କ ନାମ ରହିଛି ।

ପାକିସ୍ତାନର ଗୁଇନ୍ଦା ଏଜେନ୍ସୀର ପୂର୍ବ ଚିଫ୍ ଜେନେରାଲ ଅଖତର ଅବଦୁର ରହମାନ ମଧ୍ୟ ସାମିଲ ଅଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଅବଦୁର ରହମାନ ଖାନ ସୋଭିଏତ ସଂଘ ବିରୋଧରେ ନିଜର ଲଢ଼େଇର ସମର୍ଥନ କରିବା ପାଇଁ ଆଫଗାନିସ୍ଥାନରେ ମୁଜାହିଦୀନକୁ ଆମେରିକା ଏବଂ ଅନ୍ୟ ଦେଶରୁ ଆସୁଥିବା ଡଲାରର ନଗଦ ସାହଯ୍ୟ କରିଥିଲେ । ପାକିସ୍ତାନର ଗଣମାଧ୍ୟମ ଡନର ଏକ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ଋଷର ଉପସ୍ଥିତି ସହ ଯୁଝୁଥିବା ମୁଜାହିଦୀନଙ୍କ ପାଇଁ ସାଉଦି ଆରବ ଏବଂ ଆମେରିକାର ଫଣ୍ଡିଙ୍ଗ, ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଦ୍ୱାରା ସ୍ୱିସ ଖାତାକୁ ଆସିଥିଲା ଏବଂ ସେହି ସମୟରେ ଆଇଏସଆଇର ମୁଖ୍ୟ ଥିରେ ଅଖତର ଅବଦୁର ରହମାନ ।

ରିପୋର୍ଟ ଅନୁଯାୟୀ ସ୍ୱିସ୍ ବ୍ୟାଙ୍କରେ ପାକିସ୍ତାନୀଙ୍କ ଖାତାରେ ସର୍ବାଧିକ ୪.୪୨ ମିଲିୟନ ସ୍ୱିସ୍ ଫ୍ରାଙ୍କ୍ ରହିଛି । ପାକିସ୍ତାନୀ ଖବର କାଗଜ ଅନୁଯାୟୀ ରାଜନୀତିକ ଭାବରେ ଅନେକ ବ୍ୟକ୍ତି ଏହି ଖାତା ବିଷୟରେ ନିର୍ବାଚନ ଆୟୋଗକୁ କହିନାହାଁନ୍ତି, ଯାହା ସେମାନେ ସତ୍ତାରେ ଥିବାବେଳେ ଖୋଲିଥିଲେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୧୬ ରେ ପାନାମା ପେପର୍ସ ଲିକରେ ଅନେକ ପାକିସ୍ତାନୀ ନେତାଙ୍କ ନାଁ ସାମ୍ନାକୁ ଆସିଥିଲା । ଯେଉଁଥିରେ ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାଁ ମଧ୍ୟ ରହିଥିଲା ।

 

 

Get real time updates directly on you device, subscribe now.