fbpx

ରେଳବାଇ ଲଞ୍ଚ୍ କଲା କ୍ରେଡିଟ୍ କାର୍ଡ, ବୁକିଂରେ ଡିସକାଉଣ୍ଟ୍ ସମେତ ମିଳିବ ଏହିସବୁ ଫାଇଦା; ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର । IRCTC ପକ୍ଷରୁ ନିଜର ୟୁଜର୍ସଙ୍କ ପାଇଁ ଏକ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଲଞ୍ଚ୍ କରାଯାଇଛି । ଏହାକୁ ଏନପିସିଆଇ ଓ ବିଓବି ଫାଇନାନ୍ସିଆଲ୍ ସଲ୍ୟୁସନ୍ ସହ ମିଳିତ ଭାବରେ ଲଞ୍ଚ୍ କରାଯାଇଛି । ଏହି କାର୍ଡ ଜରିଆରେ ଲୋକଙ୍କୁ ଅନେକ ଫାଇଦା ମିଳିପାରିବ । ଆଇଆରସିଟିସିର ୱେବସାଇଟ୍ ରେ ପ୍ରତିଦିନ ୬ କୋଟିରୁ ଅଧିକ ୟୁଜର୍ସ ରେଳ ଟିକେଟ୍ ବୁକ୍ କରିଥାନ୍ତି ।

ଆଇଆରସିଟିସିର ଅଧିକାରୀ ମାନେ କହିଛନ୍ତି ଯେ, ଆଇଆରସିଟିସି ବିଓବି ରୁପେ କଣ୍ଟାକ୍ଟଲେସ୍ କ୍ରେଡିଟ୍ କାର୍ଡ ଖାସ୍ କରି ରେଳ ଯାତ୍ରୀଙ୍କ ଫାଇଦାକୁ ଦୃଷ୍ଟି ରଖି ଲଞ୍ଚ୍ କରାଯାଇଛି । ଯେଉଁ ମାନେ ଲଗାତର ଭାବରେ ଟ୍ରେନ୍ ରେ ଯାତ୍ରା କରୁଛନ୍ତି ସେମାନଙ୍କୁ ଏଥିରୁ ଅନେକ ଫାଇଦା ମିଳିପାରିବ । ସୂଚନାଯୋଗ୍ୟ ଯେ, ବିଓବି ଫାଇନାନ୍ସିଆଲ୍ ସଲ୍ୟୁସନ୍ ଲିମିଟେଡ୍(ବିଏଫସିଏଲ୍) ହେଉଛି ବ୍ୟାଙ୍କ ଅଫ୍ ବାରୋଦାର ପୂର୍ଣ୍ଣ ମାଲିକାନାଯୁକ୍ତ ସବ୍ ସିଡିଆରୀ କମ୍ପାନୀ ।

କ୍ରେଡିଟ୍ କାର୍ଡରୁ ମିଳିବ ଏହିସବୁ ଫାଇଦା:

୧. ଗ୍ରାହକଙ୍କ ପାଇଁ ଖୁସି ଖବର ହେଉଛି ଏହି କ୍ରେଡିଟ କାର୍ଡ ବ୍ୟବହାର କରି ଇନ୍ଧନ ଏବଂ ଗ୍ରୋସରୀ ତଥା ଅନ୍ୟାନ୍ୟ ଜିନିଷ କିଣି ପାରିବେ ।

୨. ଏହି କାର୍ଡକୁ ଜେସିବି ନେଟୱାର୍କ ମାଧ୍ୟମରେ ଆନ୍ତର୍ଜାତୀୟ ବ୍ୟବସାୟୀ ଏବଂ ଏଟିଏମରେ ନେଣଦେଣ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ।

୩. IRCTC ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଏହି କ୍ରେଡିଟ୍ କାର୍ଡ ସହିତ 1AC, 2AC, 3AC, CC, କିମ୍ବା EC ବୁକିଂ କରୁଥିବା ଉପଭୋକ୍ତାମାନେ ୪୦ ରିୱାର୍ଡ ପଏଣ୍ଟ ପାଇବେ (ପ୍ରତି ୧୦୦ ଟଙ୍କାରେ ମିଳିବ ଏହି ଫାଇଦା) ।

୪. ସମସ୍ତ ଟ୍ରେନ୍ ଟିକେଟ୍ ବୁକିଂରେ ଏହି କାର୍ଡ ୧% କାରବାର ଶୁଳ୍କ ମଧ୍ୟ ପ୍ରଦାନ କରିବ ।

୫.ଏହା ସହିତ, ଯେଉଁମାନେ କାର୍ଡ ପ୍ରଦାନର ୪୫ ଦିନ ମଧ୍ୟରେ ୧୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ କ୍ରୟ କରନ୍ତି, ସେମାନେ ମଧ୍ୟ ୧୦୦୦ ବୋନସ୍ ରିୱାର୍ଡ ପଏଣ୍ଟ ପାଇବେ ।

୬. ଏହି କାର୍ଡ ବ୍ୟବହାର କରି, ଆପଣ ଗ୍ରୋସରୀ ଏବଂ ବିଭାଗୀୟ ଷ୍ଟୋର୍ ଗୁଡ଼ିକରେ ଚାରୋଟି ରିୱାର୍ଡ ପଏଣ୍ଟ (ଖର୍ଚ୍ଚ ୧୦୦ ଟଙ୍କା) ଏବଂ ଅନ୍ୟ ବର୍ଗରେ ଦୁଇଟି ରିୱାର୍ଡ ପଏଣ୍ଟ ପାଇବେ ।

Get real time updates directly on you device, subscribe now.