fbpx

ପଞ୍ଚାୟତ ନିର୍ବାଚନ: ୯ଟା ସୁଦ୍ଧା ୨୦% ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ତେବେ ସକାଳ ୯ଟା ସୁଦ୍ଧା ୨୦ ପ୍ରତିଶତ ମତଦାନ ହୋଇଛି । ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ୨୭ ଜିଲ୍ଲାର ୬୪ଟି ବ୍ଲକରେ ହେଉଛି ମତଦାନ । ୧୬୩ ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗ୍ରହଣ କରାଯାଉଛି । ୧ ହଜାର ୨୫୪ ଗ୍ରାମ ପଞ୍ଚାୟତର ୧୭ ହଜାର ୮୯ ବୁଥରେ ଭୋଟ୍ ଦେଉଛନ୍ତି ଲୋକେ । ଏଥିରେ ୨ ହଜାର ୫୬୩ଟି ଉତ୍ତେଜନାମୂଳକ ବୁଥ୍ ରହିଛି । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫୧ ଲକ୍ଷରୁ ଅଧିକ ଭୋଟର୍ । କୋଭିଡ୍ କଟକଣା ସହିତ ବୁଥ୍ କେନ୍ଦ୍ରରେ ମତଦାନ ଚାଲିଛି ।

Get real time updates directly on you device, subscribe now.