fbpx

ଓଜନ କମାଇବାକୁ ଚାହୁଛନ୍ତି କି? ପିଅନ୍ତୁ ପଇଡ଼ ପାଣି; ଜାଣନ୍ତୁ କ’ଣ ରହିଛି ଅନ୍ୟ ଫାଇଦା

ପଇଡ଼ ପାଣି ଶରୀରରେ ଶକ୍ତି ବଜାୟ ରଖିଥାଏ । ପ୍ରତିଦିନ ପଇଡ଼ ପାଣି ପିଇବା ଦ୍ୱାରା ଡି-ହାଇଡ୍ରେସନ ଦୂର ହୋଇଥାଏ ଏବଂ ଏହାଦ୍ୱାରା ଓଜନ ମଧ୍ୟ ବଢ଼ିନଥାଏ । ପଇଡ଼ ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଅମିନୋ ଏସିଡ, ଏନଜାଇମ୍ସ, ବି-କମ୍ପେ୍ଲକ୍ସ ଭିଟାମିନ, ଭିଟାମିନ୍ ସି, ଫାଇବର ଭଳି ଅନେ ପୋଷକ ତତ୍ତ୍ବ ରହିଛି ।

ଅନ୍ୟ ପାନୀୟ ତୁଳନାରେ ପଇଡ଼ ପାଣିରେ କମ ଚିନି ଏବଂ କାର୍ବୋହାଇଡ୍ରେଡ ରହିଥାଏ । ଯଦି ଆପଣ ଓଜନ କମାଇବା ପାଇଁ ଡାଏଟ ଫଲୋ କରୁଛନ୍ତି ତେବେ ପଇଡ଼ ପାଣି ଆପଣଙ୍କର ଉପଯୋଗୀ ହୋଇପାରେ । ଏକ କପ୍ ପଇଡ଼ ପାଣିରେ କେବଳ ୨୦୮ କ୍ୟାଲୋରୀ ରହିଥାଏ । ତାଜା ପଇଡ଼ ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି ବେଶ ହିତକର ହୋଇଥାଏ । ଏହା ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

କମ ମେଟାବୋଲିକ ଥିବା ଲୋକଙ୍କଠାରେ ମୋଟାପଣ ବଢ଼ିବାରେ ସମ୍ଭାବନା ଅଧିକ ରହିଥାଏ । ପଇଡ଼ ପାଣି ପିଇବା ଦ୍ୱାରା ମେଟାବଲିଜମ୍ସ ରେଟ ବଢ଼ିବାରେ ସାହାଯ୍ୟ ହୋଇଥାଏ । ଓଜନ କମାଇବା ପାଇଁ ଡାଏଟ ଫଲୋ କରୁଥବା ଲୋକଙ୍କୁ ନିଜ ଖାଦ୍ୟପେୟର ଖାସ୍ ଧ୍ୟାନ ରଖିବାକୁ ହୋଇଥାଏ । ତେଣୁ ଓଜନ କମାଇବା ପାଇଁ ଚାହୁଥିବା ଲୋକମାନେ ପଇଡ଼ ପାଣି ନିଶ୍ଚୟ ପିଅନ୍ତୁ ।  ପଇଡ଼ ପାଣିରେ ଲାରିକ୍ ଏସିଡ୍ ରହିଛି ଯାହା ମେଟାବଲିଜିମକୁ ବଢ଼ାଇବରେ ଏବଂ ଓଜନ କମାଇବାରେ ସହାୟକ ହୋଇଥାଏ । ଏହାକୁ ପ୍ରତିଦିନ ସକାଳେ ଖାଲି ପେଟରେ ପିଇପାରିବେ ।

ତେବେ ଧ୍ୟାନ ରଖନ୍ତୁ ଯେ ପଇଡ଼ ପାଣି ଅଧିକ ପୁରୁଣା ନହୋଇଥିବା ଆବଶ୍ୟକ । ପୁରୁଣା ପଇଡ଼ ପାଣିରୁ ପୋଷକ ତତ୍ତ୍ୱ ଶେଷ ହୋଇଯାଇଥାଏ । ଏହାକୁ ଭାଙ୍ଗିବା ପରେ ତୁରନ୍ତୁ ପିଇ ନିଅନ୍ତୁ । ପଇଡ଼ ପାଣି ଓଜନ କମାଇବା ପାଇଁ ଉପାଦେୟ ହେବା ସହ ସୁଗାର ଲେବଲ ମଧ୍ୟ ବଢ଼ାଇଥାଏ । ଡାଇବେଟିସ୍ ରୋଗୀ ପଇଡ଼ ପାଣି ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

 

Get real time updates directly on you device, subscribe now.