fbpx

ବିଶ୍ୱରେ ଲାଗିରହିଥିବା ପରସ୍ଥିତି ମଧ୍ୟରେ ଭାରତକୁ ଶକ୍ତିଶାଳୀ ହେବା ଜରୁରୀ; ୟୁକ୍ରେନ ପ୍ରସଙ୍ଗରେ ମୋଦିଙ୍କ ବୟାନ

ଉତ୍ତର ପ୍ରଦେଶରେ ବହୁଛି ନିର୍ବାଚନୀ ହାୱା । ଆସନ୍ତାକାଲି ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ରାଜନୈତିକ ଦଳମାନେ ମଧ୍ୟ ଜୋର ସୋରରେ ପ୍ରଚାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଉତ୍ତର ପ୍ରଦେଶର ବହରାଇଚରେ ନିର୍ବାଚନୀ ରାଲିକୁ ସମ୍ବୋନ୍ଧିତ କରିଛନ୍ତି ନରେନ୍ଦ୍ର ମୋଦି । ନିର୍ବାଚନୀ ସଭାରେ ସେ ଋଷ-ୟୁକ୍ରେନ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ଏବଂ କହିଥିଲେ ଯେ ‘ବର୍ତ୍ତମାନ ବିଶ୍ୱରେ କେଉଁଭଳି ପରିସ୍ଥିତି ଲାଗିରହିଛି, ଏମିତିରେ ଆଜି ଭାରତ ଶକ୍ତଶାଳୀ ହେବା ଭାରତ ଏବଂ ସଂପୂର୍ଣ୍ଣ ମାନବତା ପାଇଁ ବହୁତ ଜରୁରୀ ଅଟେ । ଆପଣଙ୍କର ଗୋଟିଏ ଗୋଟିଏ ଭୋଟ ଭାରତକୁ ଶକ୍ତଶାଳୀ କରିବ ।’

ମୋଦି କହିଛନ୍ତି ଯେ ସ୍କୁଲ ରେ ଯଦି କେହି ଶିକ୍ଷକ ଢିଲା ହୋଇଥାଏ ତେବେ ସେ କ’ଣ ପିଲାଙ୍କୁ ପସନ୍ଦ ଆସିଥାନ୍ତି? ଏଥିପାଇଁ ସମସ୍ତେ ଚାହିଥାନ୍ତି ଶିକ୍ଷକ କଡ଼ା ହୋଇଥାନ୍ତୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆପଣଙ୍କ ଅଞ୍ଚଳରେ ପୋଲିସ ଯଦି ଦୁର୍ବଳ ହେବ କ’ଣ ଏହା ଠିକ୍ ହେବ? ସେହିଭଳି ବଡ଼ ଦେଶ ଏବଂ ରାଜ୍ୟର ଦାୟିତ୍ୱ ମଜବୁତ କାନ୍ଧରେ ହେବା ଦରକାର । ସେ କହିଛନ୍ତି ଗୋଟିଏ ଗୋଟିଏ ଭୋଟ ଦେଶକୁ ମଜବୁତ କରିବ । ରାଲିକୁ ସମ୍ବୋନ୍ଧିତ କରିବା ସହ ସେ କହିଛନ୍ତି ସମୃଦ୍ଧ ଭାରତ ପାଇଁ ଉତ୍ତର ପ୍ରଦେଶକୁ ବିକଶିତ ଏବଂ ସମୃଦ୍ଧ ହେବା ଦରକାର ।

ଏହି ସଭାରେ ସେ ରାଜ୍ୟରେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ନିଜ ସ୍ୱାର୍ଥ ପାଇଁ ପରିବାରବାଦୀଙ୍କ ସରକାର ଜନତାଙ୍କ ହିତକୁ ଜଳାଞ୍ଜଳିି ଦେଇଛନ୍ତି । ସେ ଆହୁରି କହିଛନ୍ତି ୨୦୧୭ ପୂର୍ବରୁ ଗୋଣ୍ଡା, ବହରାଇଚ ଏବଂ ବଳରାମପୁରର ଲୋକଙ୍କ ସହ ଭେଦଭାବ ହୋଇଥିଲା । କିନ୍ତୁ ଏବେ ଯୋଗୀଙ୍କ ସରକାରରେ ଏହି ଭେଦଭାବ ଦୂର ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାରଙ୍କ ପ୍ରୟାସ ଯୋଗୁଁ ଏବେ ଉତ୍ତର ପ୍ରଦେଶ ରେ ଭୟର ମାହୋଲ ଦୂର ହୋଇଛି । ଆପଣଙ୍କ ପାଇଁ ଆଗକୁ ବଢ଼ିବାର ରାସ୍ତା ଖୋଲିଛି, ନୂଆ ରାସ୍ତା ତିଆରି ହୋଇଛି । ଆପଣ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଚାହୁଛନ୍ତି ଏଥିପାଇଁ ଭାଜପା ସରକାର ସ୍କୁଲ ସ୍ଥିତିକୁ ସୁଧାରିବାରେ ଲାଗିଛି । ଡବଲ ଇଞ୍ଜିନ ସରକାର ଯୋଗୁଁ ଉତ୍ତର ପ୍ରଦେଶରେ ବିକାଶ ଠିକ୍ ରାସ୍ତାରେ ଯାଉଛି ।

Get real time updates directly on you device, subscribe now.