fbpx

INS ଚିଲିକାର ୪୨ତମ ବାର୍ଷିକୋତ୍ସବ ପାଳିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇଏନଏସ ଚିଲିକାର ୪୨ତମ ବାର୍ଷିକୋତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବ ପରମ୍ପରା ଅନୁଯାୟୀ କେକ୍ କଟିଂ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉତ୍ସବରେ କମାଣ୍ଡିଂ ଅଫିସର ଏନପି ପ୍ରଦୀପ ଓ ଅନ୍ୟ ଜୁନିଅର ସେଲରମାନେ ଯୋଗଦେଇଥିଲେ । ଗତ ୧୯୮୦ ମସିହା ଫେବୃଆରୀ ମାସ ୨୧ ତାରିଖରେ ଆଇଏନଏସ ଚିଲିକାର ଶୁଭାରମ୍ଭ ହୋଇଥିଲା । ସେହି ସମୟରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୨ ବର୍ଷ ଧରି ସେଲରମାନେ ନୂତନ ଟ୍ରେନିଂ ପ୍ରଣାଳୀ ଓ ଟେକ୍ନୋଲୋଜିର ବିକାଶ ଉପରେ କାର୍ଯ୍ୟ କରି ଆସୁଛନ୍ତି ।

ଏହି କାର୍ଯ୍ୟକ୍ରମ ପୂର୍ବରୁ ଆଇଏନଏସ୍ ଚିଲିକା ପକ୍ଷରୁ ବାର୍ଷିକ ୱାକାଥୋନ କରାଯାଇଥିଲା । ଏହି ୱାକାଥୋନକୁ କମାଣ୍ଡିଂ ଅଫିସର ଫ୍ଲାଗ୍ ଅଫ୍ କରିଥିବା ବେଳେ ସର୍ଭିସ୍ ପର୍ସୋନେଲ, ଡିଏସସି, ଏମଇଏସ, ଡିଫେନ୍ସ ସିଭିଲିଆନ୍ସଙ୍କ ସହ ୟୁନିଟର ସମସ୍ତ ସଦସ୍ୟମାନେ ଭାଗ ନେଇଥିଲେ । ୱାକାଥୋନ ସରିବା ପରେ ବିଭିନ୍ନ ପ୍ରକାରର କ୍ରୀଡ଼ା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ତେବେ ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଅବସରରେ କୋଭିଡ-୧୯ର ସମସ୍ତ ପ୍ରୋଟୋକଲକୁ ମାନିବାକୁ କୁହାଯାଇଥିଲା ।

Get real time updates directly on you device, subscribe now.