fbpx

କେବଳ ଜ୍ୟାକଲିନ-ନୋରା ନୁହନ୍ତି, ମହାଠକ ସୁକେଶର ଜାଲରେ ମଧ୍ୟ ପଡ଼ିଥିଲେ ଦୁଇ ସୁନ୍ଦରୀ ଜାହ୍ନବୀ-ସାରା

ନୂଆଦିଲ୍ଲୀ: ଦୁଇଶହ କୋଟିର ମହାଠକ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରର ଅପରାଧିକ ମାମଲାର ନୂଆ ପେଡ଼ି ଖୋଲିଛି । ପୂର୍ବରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍, ନୋରା ଫତେହୀଙ୍କ ପରି ବଲିଉଡ ଅଭିନେତ୍ରୀ ସୁକେଶର ଜାଲରେ ପଡ଼ିଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଆଉ ଦୁଇଜଣ ସୁନ୍ଦରୀ । ଅଭିନେତ୍ରୀ ଜାହ୍ନବୀ କପୁର, ସାରା ଅଲ୍ଲୀ ଖାନ ଓ ଭୂମି ପେଡନେକର ମଧ୍ୟ ସୁକେଶର ଟାର୍ଗେଟରେ ଥିବା ପର୍ଦ୍ଦାଫାସ ହୋଇଛି । ଜଣାପଡ଼ିଛି ଯେ, ଗତ ବର୍ଷ ମେ ମାସ ୨୧ ତାରିଖରେ ସୁକେଶ ସାରାଙ୍କୁ ହ୍ୱାଟସଆପରେ ମେସେଜ୍ କରିଥିଲା । ସେ ନିଜର ନିଜର ନାମ ଲୁଚାଇ ସୁରଜ ରେଡ୍ଡୀ ବୋଲି କହିଥିଲା ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜ୍ୟାକଲିନ ଓ ନୋରାଙ୍କୁ ସମନ ଜାରି କରାଯାଇଥିଲା । ଆଉ ୩ ଜଣ ସେଲିବ୍ରେଟିଙ୍କୁ ମଧ୍ୟ ସମନ କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଥିଲା । ସୁକେଶଠାରୁ ଏହି ଅଭିନେତ୍ରୀମାନେ କାହିଁକି ଉପହାର ନେଉଥିଲେ ସେନେଇ ଖୋଳତାଡ଼ କରାଯିବ ବୋଲି ଇଡି ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହି ମାମଲାକୁ ନେଇ ଚର୍ଚ୍ଚା ବଢ଼ିବା ସହ ଜ୍ୟାକଲିନ ଓ ସୁକେଶଙ୍କର କିଛି ବ୍ୟକ୍ତିଗତ ଅନ୍ତରଙ୍ଗ ଫଟୋ ଭାଇରାଲ ହୋଇଥିଲା । ଏହି ବିବାଦକୁ ଫଟୋ ଭାଇରାଲ ନ କରିବାକୁ ଜ୍ୟାକଲିନ ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଅନୁରୋଧ କରିଥିଲେ । ସୁକେଶ ଜ୍ୟାକଲିନଙ୍କୁ ଅନେକ ମହଙ୍ଗା ଉପହାର ଦେଇଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.