fbpx

ପ୍ରାଇଭେଟ ପାର୍ଟରେ ବ୍ୟାଟେରୀ ଭର୍ତ୍ତି କରିଦେଲା ଯୁବକ, ପାଞ୍ଚ ମାସ ପରେ ଆଉ ଯାଇ ପାରିଲାନି ଟଏଲେଟ୍

ନୂଆଦିଲ୍ଲୀ: ଏ ଦୁନିଆରେ ବୁଦ୍ଧିମାନ ଲୋକଙ୍କର ହୁଏତ ଅଭାବ ଥାଇପାରେ, ମାତ୍ର ବୋକାଙ୍କର ଅଭାବ ଆଦୌ ନାହିଁ । ନିକଟରେ ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ଜାଣିଶୁଣି ନିଜ ପ୍ରାଇଭେଟ ପାର୍ଟରେ ବ୍ୟାଟେରୀ ଭର୍ତ୍ତି କରିଦେଇଥିଲେ । ଯୁବକଙ୍କର ଏଭଳି ଅଜବ ପ୍ରକାରର କାରନାମା ପରେ ଡାକ୍ତରମାନେ ଅକ୍ଲାନ୍ତ ପରିଶ୍ରମ କରି ବ୍ୟାଟେରୀକୁ କାଢ଼ିବାରେ ସକ୍ଷମ ହୋଇଥିଲେ ।

ତେବେ ଉକ୍ତ ଘଟଣାର ପାଞ୍ଚ ମାସ ପରେ ଉକ୍ତ ଯୁବକଙ୍କ ପ୍ରାଇଭେଟ ପାର୍ଟରେ ପୁଣି ଥରେ ଯନ୍ତ୍ରଣା ଦେଖାଦେଇଥିଲା । ଯୁବକଙ୍କ ଠାରେ ୟୁରିନରୀ ବ୍ଲକେଜ୍ ସମସ୍ୟା ହେବା ସହ ସେ ଟଏଲେଟ ସମୟରେ ବହୁତ କଷ୍ଟ ଭୋଗିଥିଲେ । ଏହାପରେ ଡାକ୍ତର ବାଧ୍ୟହୋଇ ଅସ୍ତ୍ରୋପଚାର କରାଇଥିଲେ । ତେବେ ଯୁବକଙ୍କ ପ୍ରାଇଭେଟ ପାର୍ଟରେ ଏଏ ବ୍ୟାଟେରୀ ପସିଥିବା ସ୍ପଷ୍ଟ ହୋଇଥିଲା । ୪୯ ବର୍ଷୀୟ ଯୁବକଙ୍କର ଏଭଳି ଅଜବ ପ୍ରକାରର କାରନାମାରେ ଡାକ୍ତର ଚକିତ ହୋଇଯାଇଥିଲେ । ବ୍ୟାଟେରୀଟି ୨୪ ଘଣ୍ଟାରୁ ଅଧିକ ସମୟ ଧରି ରହିବା ଯୋଗୁଁ ଯୁବକଙ୍କର ମୂତ୍ରାଶୟ ଓ କର୍ପସ ସ୍ପୋଙ୍ଗିଓସମ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା ବୋଲି ଡାକ୍ତର ସୂଚନା ଦେଇଥିଲେ ।

କିଛି ବର୍ଷ ପୂର୍ବରୁ ଚୀନରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା । ଜଣେ ଯୁବକ ନିଜ ପ୍ରାଇଭେଟ ପାର୍ଟରେ ଇସ୍ପାତର ଚପଷ୍ଟିକ୍ ପୂରାଇ ଦେଇଥିଲେ । ପ୍ରକୃତ କଥା ହେଉଛି, ଯୁବକଙ୍କ ପ୍ରାଇଭେଟ ପାର୍ଟରେ କିଛି ସମସ୍ୟା ରହିଥିଲା, ମାତ୍ର ଲାଜ କାରଣରୁ ସେ ଡାକ୍ତରଙ୍କୁ ପାଖକୁ ଯାଇନଥିଲେ । ଯୁବକ ଜଣଙ୍କ ନିଜେ ନିଜେ ଡାକ୍ତର ବନିବାକୁ ଚେଷ୍ଟା କରି ପ୍ରାଇଭେଟ୍ ପାର୍ଟରେ ଚପଷ୍ଟିପ୍ ଇନସର୍ଟ କରିଦେଇଥିଲେ ।

Get real time updates directly on you device, subscribe now.