fbpx

ଦେଶରେ କେଉଁ କେଉଁଠି ରହିଛି ମହାଦେବଙ୍କ ୧୨ ଜ୍ୟୋର୍ତିଲିଙ୍ଗ? ଜୀବନରେ ଥରେ ନିଶ୍ଚୟ କରନ୍ତୁ ଦର୍ଶନ

ନୂଆଦିଲ୍ଲୀ: ଭଗବାନ ଶିବଙ୍କ ୧୨ଟି ଜ୍ୟୋର୍ତିଲିଙ୍ଗ ଦେଶର ଭିନ୍ନ ଭିନ୍ନ ଅଂଶରେ ସ୍ଥାପିତ ରହିଛି । ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ, ଏହି ୧୨ ଟି ସ୍ଥାନରେ ମହାଦେବ ଶିବ ସ୍ୱର୍ୟ ବିରାଜମାନ ରହିଛନ୍ତି । ଏପରି କୁହାଯାଏ ଯେ, ମଣିଷକୁ ନିଜ ଜୀବନରେ ଥରେ ନିଶ୍ଚିତ ଭାବରେ ଏହି ୧୨ ଜ୍ୟୋର୍ତିଲିଙ୍ଗକୁ ଯାଇ ଦର୍ଶନ କରିବା ଉଚିତ୍ । ଏହାଦ୍ୱାରା ସାତ ଜନ୍ମର ସବୁ ପାପ ନଷ୍ଟ ହୋଇଥାଏ । ତାହେଲେ ଚାଲନ୍ତୁ ଜାଣିବା କେଉଁ କେଉଁଟି ରହିଛି ଏହି ୧୨ ଜ୍ୟୋର୍ତିଲିଙ୍ଗ ।

୧. ସୋମନାଥ ଜ୍ୟୋର୍ତିଲିଙ୍ଗକୁ ପ୍ରଥମ ଜ୍ୟୋର୍ତି ଲିଙ୍ଗ ବୋଲି ବିବେଚନା କରାଯାଏ । ଭଗବାନଙ୍କ ଏହି ମନ୍ଦିରଟି ଗୁଜୁରାଟରେ ଅବସ୍ଥିତ।

 

୨. ମଲ୍ଲିକାର୍ଜୁନ ଜ୍ୟୋର୍ତିଲିଙ୍ଗ ଆନ୍ଧ୍ରପ୍ରଦେଶରେ ଅବସ୍ଥିତ । ଏହା ଦେଶର ଦ୍ୱିତୀୟ ପ୍ରସିଦ୍ଧ ଜ୍ୟୋର୍ତିଲିଙ୍ଗ । ଭଗବାନ ଶିବଙ୍କର ଏହି ଜ୍ୟୋର୍ତିଲିଙ୍ଗ ଆନ୍ଧ୍ରପ୍ରଦେଶର କୃଷ୍ଣ ନଦୀ କୂଳରେ ଥିବା ଏକ ପର୍ବତରେ ଅବସ୍ଥିତ। ଏହି ମନ୍ଦିରରେ ଅନେକ ପୌରାଣିକ ତଥ୍ୟ କିମ୍ବଦନ୍ତୀ ରହିଛି ।

୩. ମହାକାଳ ଜ୍ୟୋର୍ତି ଲିଙ୍ଗ:

ମହାକାଳ ଜ୍ୟୋର୍ତିଲିଙ୍ଗ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ । ମହାକାଳଙ୍କ ନିକଟରେ କରାଯାଉଥିବା ଭଷ୍ମ ଆରତୀ ବିଶ୍ବ ପ୍ରସିଦ୍ଧ । ମହାକାଳଙ୍କୁ ନଗରର ରାଜା ବୋଲି ବିବେଚନା କରାଯାଏ । ଆୟୁ ବୃଦ୍ଧି ଓ ସଙ୍କଟ ମୋଚନ ପାଇଁ ମହାକାଳଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ ।

୪. ଓମ୍‌କାରେଶ୍ବର ଜ୍ୟୋର୍ତିଲିଙ୍ଗ:

ମହାକାଳ ଜ୍ୟୋର୍ତିଲିଙ୍ଗ ପରେ ମଧ୍ୟ ପ୍ରଦେଶରେ ରହିଛି ବାବା ଓମକାରେଶ୍ବରଙ୍କ ଜ୍ୟୋର୍ତିଲିଙ୍ଗ । ଇନ୍ଦୋର ସହରର ଅବସ୍ଥିତ ଓମକାରେଶ୍ବରଙ୍କ ମନ୍ଦିର । ଏଠାରେ ନର୍ମଦା ନଦୀ ପ୍ରବାହିତ ହୋଇଥାଏ ।

୫. କେଦାରଶ୍ବର, କେଦାରନାଥ ଜ୍ୟୋର୍ତିଲିଙ୍ଗ:

ଭଗବାନ ଶିବଙ୍କର ୧୨ଟି ପ୍ରମୁଖ ଜ୍ୟୋର୍ତିଲିଙ୍ଗଙ୍କ ମଧ୍ୟରେ କେଦାରଶ୍ବର ଜ୍ୟୋର୍ତିଲିଙ୍ଗ ଅନ୍ୟତମ । ଭଗବାନ ଶିବଙ୍କର ଏହି ଜ୍ୟୋର୍ତିଲିଙ୍ଗଟି ଉତ୍ତରାଖଣ୍ଡରେ ଅବସ୍ଥିତ । ବାବା କେଦାରନାଥଙ୍କ ବର୍ଣ୍ଣନା ସ୍କନ୍ଦ ପୁରାଣ ଏବଂ ଶିବ ପୁରାଣରେ ବର୍ଣ୍ଣିତ ରହିଛି । ଏହି ଶିଖରର ପୂର୍ବ ପାର୍ଶ୍ବରେ ଅଳକାନନ୍ଦ ନଦୀ କୂଳରେ ଭଗବାନ ଶ୍ରୀ ବଦ୍ରି ବିଶାଲଙ୍କ ମନ୍ଦିର ରହିଛି। ବିଶ୍ବାସ ରହିଛି.. ଯଦି କେହି କେଦାରନାଥ ଭଗବାନଙ୍କୁ ଦର୍ଶନ କରି ବଦ୍ରିନାଥ ଅଞ୍ଚଳକୁ ଯାତ୍ରା କରନ୍ତି, ତେବେ ତାଙ୍କର ଯାତ୍ରା ଅର୍ଥହୀନ ବୋଲି ଧରାଯାଏ ।

୬. ଭୀମଶଙ୍କର ଜ୍ୟୋର୍ତିଲିଙ୍ଗ:

ଭୀମଶଙ୍କର ଜ୍ୟୋର୍ତିଲିଙ୍ଗ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଅବସ୍ଥିତ । ଭଗବାନଙ୍କ ଏହି ଜ୍ୟୋର୍ତିଲିଙ୍ଗଟି ମୋଟେଶ୍ବର ମହାଦେବ ନାମରେ ମଧ୍ୟ ଜଣାଶୁଣା । ଏହା ପଶ୍ଚିମ ଘାଟର ସାହିଦ୍ରି ପର୍ବତ ଉପରେ ଅବସ୍ଥିତ । ଏହି ଜ୍ୟୋର୍ତିଲିଙ୍ଗଟି ଏକ ପ୍ରମୁଖ ଶୈବ ମନ୍ଦିରରେ ଭାବେ ଜଣାଶୁଣା । ପୁରାଣରେ ଏହି ମନ୍ଦିରରେ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

୭. ବାବା ବିଶ୍ବନାଥ ଜ୍ୟୋର୍ତିଲିଙ୍ଗ:

ଭାରତର ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହି ଜ୍ୟୋର୍ତିଲିଙ୍ଗ ଅନ୍ୟତମ । ଏହା ଉତ୍ତରପ୍ରଦେଶର କାଶୀ (ବାରାଣାସୀ)ରେ ଅବସ୍ଥିତ । ବାବାଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତରୁ ଲୋକଙ୍କ ସୁଅ ଛୁଟିଥାନ୍ତି । ସମସ୍ତ ଧାର୍ମିକ ସ୍ଥାନରେ କାଶୀଙ୍କର ସର୍ବାଧିକ ଗୁରୁତ୍ୱ ରହିଛି, ତେଣୁ ସମସ୍ତ ଧାର୍ମିକ ସ୍ଥାନରେ କାଶୀଙ୍କର ସର୍ବାଧିକ ଗୁରୁତ୍ୱ ରହିଛି ବୋଲି କୁହାଯାଇଛି। କୁହାଯାଏ ଏହି ସହରଟି ଭଗବାନଙ୍କ ତ୍ରିଶୂଳ ଉପରେ ବିରାଜିତ ।

୮. ତ୍ରୈମ୍ବଙ୍କଶ୍ବର ଜ୍ୟୋର୍ତିଲିଙ୍ଗ:

ଅଷ୍ଟମ ଜ୍ୟୋର୍ତିଲିଙ୍ଗକୁ ତ୍ରୈମ୍ବକ୍‌ ନାମରେ ଜଣାଯାଏ ଜ୍ଝ ଭଗବାନ ଶିବଙ୍କର ଏହି ଜ୍ୟୋର୍ତିଲିଙ୍ଗଟି ନାସିକରେ ଅବସ୍ଥିତ । ଏହି ଜ୍ୟୋର୍ତିଲିଙ୍ଗରେ ବ୍ରହ୍ମ-ବିଷ୍ଣୁ-ମହେଶ୍ବର ବିରାଜମାନ କରିଥିବାରୁ ଅନ୍ୟ ଜ୍ୟୋର୍ତିଲିଙ୍ଗରୁ ଏହି ଜ୍ୟୋର୍ତିଲିଙ୍ଗକୁ ଅନନ୍ୟ ଭାବେ ବିବେଚନା କରାଯାଏ ।

୯. ବୈଦନାଥ ଜ୍ୟୋର୍ତିଲିଙ୍ଗ:

ଏହି ଜ୍ୟୋର୍ତିଲିଙ୍ଗ ନବମ ଜ୍ୟୋର୍ତିଲିଙ୍ଗ ଭାବେ ଗଣନା କରାଯାଏ । ବାବା ଭୋଳାଶଙ୍କରଙ୍କ ଏହି ଜ୍ୟୋର୍ତିଲିଙ୍ଗଟି ଉତ୍ତରାଖଣ୍ଡରେ ଅବସ୍ଥିତ । ବାବାଙ୍କ ଏହି ଜ୍ୟୋର୍ତିଲିଙ୍ଗଟି ଯେଉଁଠି ଅଛି ତାହାକୁ ବୈଦଧାମ ବୋଲି କୁହାଯାଏ ।

୧୦. ନାଗେଶ୍ବର ଜ୍ୟୋର୍ତିଲିଙ୍ଗ: ଭଗବାନ ଶିବଙ୍କ ଏହି ଜ୍ୟୋର୍ତିଲିଙ୍ଗଟି ଗୁଜୁରାଟରେ ଅବସ୍ଥିତ । ଏହି ସ୍ଥାନଟି ଦାରୁକାବନ ଭାବେ ମଧ୍ୟ ଜଣାଯାଏ ।

୧୧. ରାମେଶ୍ବର ଜ୍ୟୋର୍ତିଲିଙ୍ଗ:

ରାମେଶ୍ବର ମନ୍ଦିର ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଏହା ତାମିଲନାଡୁର ସେତୁ ତଟର ଦୂର ରାମେଶ୍ବର ଦ୍ବୀପରେ ଅବସ୍ଥିତ। ଏହା ବନାରସର ସହିତ ବହୁ ଲୋକମାନଙ୍କ ଦ୍ବାରା ଧରାଯାଉଥିବା ଏକ ସମ୍ମାନିତ ତୀର୍ଥସ୍ଥଳ ଅଟେ । ଏହି ଜ୍ୟୋର୍ତିଲିଙ୍ଗ ରାମାୟଣ ଏବଂ ଶ୍ରୀଲଙ୍କାରୁ ରାମଙ୍କ ବିଜୟ ହୋଇ ଫେରିବା ସହିତ ଜଡିତ ବୋଲି ବିଶ୍ବାସ ରହିଛି ।

୧୨. ଘୃଣେଶ୍ବର ଜ୍ୟୋର୍ତିଲିଙ୍ଗ:

ଭଗବାନ ଭୋଳାଶଙ୍କରଙ୍କ ଏହି ଜ୍ୟୋର୍ତିଲିଙ୍ଗଟି ମହାରାଷ୍ଟ୍ରରେ ଅବସ୍ଥିତ । ଏହା ଘୃଶଣେଶ୍ବର ନାମରେ ମଧ୍ୟ ଜଣାଶୁଣା । ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଦର୍ଶନ ପାଇବାକୁ ଧାଇଁ ଆସନ୍ତି । ଭଗବାନ ଶିବଙ୍କ ୧୨ ଜ୍ୟୋର୍ତିଲିଙ୍ଗ ର ଏହା ହେଉଛି ଶେଷ ଜ୍ୟୋର୍ତିଲିଙ୍ଗ । ଏଲୋରାର ପ୍ରସିଦ୍ଧ ଗୁମ୍ଫାଗୁଡ଼ିକ ଏହି ମନ୍ଦିର ନିକଟରେ ଅବସ୍ଥିତ ।

Get real time updates directly on you device, subscribe now.