ମୁମ୍ବାଇ: ମଟନ ବିକ୍ରି କରିବା ନାମରେ ଏକ ଦୋକାନରେ ବିଫ୍ ବେପାର କରାଯାଉଥିଲା । ଖବର ପାଇ ପୋଲିସ୍ ଟିମ୍ ଚଢ଼ାଉ କରିବା ପରେ ସେଠାରୁ ୧୪୦ କେଜିର ଗୋମାଂସ ଜବତ କରାଯାଇଛି । ଏହିଭଳି ଏକ ଖବର ମିଳିଛି ମହାରାଷ୍ଟ୍ରର ନାଗପୁରରୁ । ପୋଲିସ୍ କହିଛି ଯେ, ଏହି ଦୋକାନ ଗୁଡ଼ିକରେ ବେଆଇନ୍ ଭାବରେ ବିଫ୍ ବିକ୍ରି କରାଯାଉଥିଲା ।
ସୂଚନା ମୁତାବକ, ଦୋକାନର ମାଲିକ ବିରୋଧରେ ପଶୁ କ୍ରୁରତା ନିବାରଣ ଅଧିନିୟମ ଓ ମହାରାଷ୍ଟ୍ର ପଶୁ ସଂରକ୍ଷଣ ଅଧିନିୟମ ଅଧୀନରେ ମାମଲା ରୁଜୁ କରାଯାଇଛି । ପୋଲିସ୍ ଏହି ମାମଲାର ଯାଞ୍ଚ ଚଳାଇଛି । ମହାରାଷ୍ଟ୍ରରେ ଗୋରୁ ସହିତ ବାଛୁରୀକୁ ମାରିବା ବ୍ୟାନ୍ ଅଟେ ।