fbpx

ସାମନାକୁ ଆସିଲା ପ୍ରକୃତ ସତ୍ୟ: କପିଲଙ୍କ ସହ ଥିବା ମନମାଳିନ୍ୟକୁ ନେଇ ଉତ୍ତର ରଖିଲେ ଶୋ’ର ପିଙ୍କି ବୁଆ

ମୁମ୍ବାଇ: ଲୋକପ୍ରିୟ କମେଡି ସିରିଏଲ ଦ କପିଲ ଶର୍ମା ଶୋ’କୁ ନେଇ ମିଳିଛି ବଡ ରହସ୍ୟ । କପିଲ ଏବଂ ଶୋ’ର ପିଙ୍କି ବୁଆ(ଉପାସନା ସିଂହ)ଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ । ଗତ କିଛି ଦଶନ୍ଧିରୁ ଇଣ୍ଡଷ୍ଟ୍ରିରେ ଆକ୍ଟିଭ ରହିଛନ୍ତି ଉପାସନା ସିଂହ । କିନ୍ତୁ କିଛି ଦିନ ତଳେ ହଠାତ ଦିନେ ଶୋ’ରୁ ଗାଏବ ହୋଇ ଯାଇଥିଲେ ବୁଆ । ଯାହାକୁ ନେଇ ଖୁବ ଆଲୋଚନା କରିଥିଲେ ପ୍ରଶଂସକ । କପିଲଙ୍କ ସହ କୌଣସି ମତଭେଦ ପାଇଁ ସେ ଶୋ’ ଛାଡିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାର ପ୍ରକୃତ ଘଟରା ସମ୍ପର୍କରେ ଏବେ କହିଛନ୍ତି ନିଜେ ଅଭିନେତ୍ରୀ ଉପାସନା ସିଂହ ।

Upasana Singh on if she will work on 'The Kapil Sharma Show', | India Forums

୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଏହି ଶୋ’ରେ କାମ କରିଥିଲେ ଉପାସନା । କିନ୍ତୁ ହଠାତ ଶୋ’ ଛାହିବା ଘଟଣାକୁ ନେଇ ଏବେ ଉତ୍ତର ରଖିଛନ୍ତି ପିଙ୍କି ବୁଆ । ତେବେ ସେ କପିଳଙ୍କ ସହ କୌଣସି ଝଗଡା ଥିବା କଥାକୁ ମିଛ ବୋଲି କହିଛନ୍ତି । କପିଲଙ୍କ ସହ କାମ କରିବାକୁ ସେ ଖୁବ ଭଲ ପାଆନ୍ତି । କିନ୍ତୁ କପିଲ ଏହାପରେ ନିଜର ଶୋ’ କରିବା ଆରମ୍ଭ କରିଥିଲେ । କିନ୍ତୁ ଚୁକ୍ତି କାରଣରୁ ମୁଁ ଗୋଟିଏ ଚ୍ୟାନେଲରୁ ଅନ୍ୟ ଚ୍ୟାନେଲ ସହ କାମ କରି ପାରି ନଥିଲି । ଏହି ସମୟରେ ପୁରୁଣା ଚ୍ୟାନେଲ ସହ ଯୋହି ହୋଇ ରହିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ । ଏବଂ କପିଲ ଶର୍ମା ଶୋ’ରୁ ବିଦାୟ ନେଇଥିଲେ ପିଙ୍କି ବୁଆ । ତେବେ ଲୋକମାନେ ଯେଉଁ ଭାବନା ରଖିଛନ୍ତି କି କପିଲ ଏବଂ ମୋ ଭିତରେ କୌଣସି ମନମାଳିନ୍ୟ ରହିଛି ତାହା ଏକଦମ ଭୁଲ ବୋଲି କହିଛନ୍ତି ଉପାସନା ସିଂହ । ଏହା ସହିତ ସୁଯୋଗ ମିଳିଲେ ସେ ପୁଣି ଥରେ ଶୋ’ରେ କାମ କରିବା ପାଇଁ ଇଚ୍ଛୁକ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.