fbpx

୫୩ ବର୍ଷରେ ମା’ କଲେ ପ୍ରେମ ବିବାହ, ଭାବବିହ୍ୱଳ ହୋଇ ପୁଅ ଲେଖିଲେ ଏମିତି ପୋଷ୍ଟ

ନୂଆଦିଲ୍ଲୀ: ୪୪ ବର୍ଷ ବୟସରେ ହରାଇଲେ ସ୍ୱାମୀଙ୍କୁ, ଏହାପରେ ହୋଇଥିଲା କ୍ୟାନ୍ସର, ଡିପ୍ରେସନ, ଏମିତିକି ଏବେ କୋଭିଡରେ ମଧ୍ୟ ହୋଇଥିଲେ ଆକ୍ରାନ୍ତ । ପୁଅ ବିଦେଶରେ ରହି ପାଠ ପଢ଼ୁଥିବାରୁ ଆସିପାରୁନଥିଲା ପାଖକୁ । ଫଳରେ ସବୁବେଳେ ଏକାକୀ ହୋଇପଡ଼ିଥିଲେ ମହିଳା । ତଥାପି ହାରିମାନିଥିଲେ । ଲଢ଼ୁଥିଲେ ଏକାକୀ । ଆଉ ୫୩ ବର୍ଷ ବୟସରେ ହୋଇଥିଲା ପ୍ରେମ କରିଛନ୍ତି ପ୍ରେମ ବିବାହ ।

ଜଣେ ପୁଅ ନିଜ ୫୩ ବର୍ଷୀୟ ମା’ଙ୍କ ପାଇଁ ଭାବବିହ୍ୱଳ ହୋଇ ଏଭଳି ଏକ ପୋଷ୍ଟ କରିଛନ୍ତି । ପ୍ରକୃତରେ ୪୪ ବର୍ଷ ବୟସରେ ୨୦୧୩ରେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ହରାଇଥିଲେ । ଏହାପରେ ସେ କ୍ୟାନ୍ସରରେ ପୀଡ଼ିତ ମଧ୍ୟ ହୋଇଥିଲେ । ପୁଅ ବାହାରେ ରହୁଥିବା କାରଣରୁ ମା’କୁ ଭାରତରେ ଏକାକୀ ରହିବାକୁ ପଡ଼ୁଥିଲା । ଅନେକ ଅସୁବିଧା ସତ୍ତେ୍ୱ ମହିଳା ଜଣକ ହାର ମାନିନଥିଲେ ଏବଂ ଗତ ବର୍ଷ ସେ ଜଣେ ବ୍ୟକ୍ତିଙ୍କୁ ଭଲ ମଧ୍ୟ ପାଇଥିଲେ  ଏବଂ ତାଙ୍କ ସହ ବିବାହ ମଧ୍ୟ କରିଛନ୍ତି । ମହିଳା ଜଣକ କ୍ୟାନ୍ସର ଏବଂ ଡିପ୍ରେସନ ଭଳି ରୋଗ ସହ ଲଢ଼ୁଛନ୍ତି । କିନ୍ତୁ ସେ କେବେ ହାର ମାନିନଥିଲେ ମହିଳାଙ୍କ ପୁଅ ଜିମୀତ ଗାନ୍ଧୀ ଲିଙ୍କ୍ଡଇନରେ ରେ ନିଜ କାହଣୀ କହିଛନ୍ତି । ଯାହାକୁ ୟୁଜର୍ସ ଖୁବ ପସନ୍ଦ କରୁଛନ୍ତି ।

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ତାଙ୍କ ମା ‘ଫାଇଟର’ ବୋଲି କହିଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି ତାଙ୍କ ମା’ ୨୦୧୩ରେ ସ୍ୱାମୀଙ୍କୁ ହରାଇଥିଲେ । ସେତେବେଳେ ତାଙ୍କ ବୟସ ୪୪ ବର୍ଷ ଥିଲା । ୨୦୧୯ ରେ ତାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଥିଲେ ଏହା ପରେ ତାଙ୍କ ଅନେକଥର କୀମୋଥେରାପି ହୋଇଥିଲା । ଦୁଇ ବର୍ଷ ପରେ ଠିକ ହୋଇଥିଲେ । କ୍ୟାନ୍ସର ଚିକିତ୍ସା ସମୟରେ ଡେଲ୍ଟା ଭ୍ୟାରିଏଣ୍ଟରେ ସଂକ୍ରମିତ ହୋଇଥିଲେ । ଏହି ସମୟରେ ସେ କ୍ୟାନ୍ସର ଏବଂ ଡିପ୍ରେସନ ଭୋଗିଥିଲେ । କିନ୍ତୁ ସେ କେବେ ହାର ମାନିନଥିଲେ । ୫୨ ବର୍ଷ ବୟସରେ ତାଙ୍କୁ ପ୍ରେମ ହୋଇଯାଇଥିଲା । ଆଉ ସେ ବିବାହ କରି ଅନେକ କୁପ୍ରଥାକୁ ଦୂର କରିଛନ୍ତି । ସେ ଜଣେ ଯୋଦ୍ଧା ଆଉ ସେ ମୋ ମା’ ।

Get real time updates directly on you device, subscribe now.