fbpx

ପ୍ରେମ ବ୍ୟାପାରକୁ ନେଇ ଦୁଇ ଯୁବକ ହାତାହାତି: ଜଣେ ଅନ୍ୟ ଜଣଙ୍କୁ କାରରେ ଘୋଷାଡ଼ି ନେଲା, ଦେଖନ୍ତୁ Video

ନୂଆଦିଲ୍ଲୀ: ପ୍ରେମ ବ୍ୟାପାରକୁ ନେଇ ଆଜିକାଲି ବିଭିନ୍ନ ପ୍ରକାର ଅପରାଧମୂଳକ ଘଟଣା ଘଟୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ପ୍ରେମ ବ୍ୟପାରଙ୍କୁ ନେଇ ଦୁଇ ଜଣଙ୍କ ମଧ୍ୟରେ ରାସ୍ତା ମଝିରେ ବିବାଦ ଆରମ୍ଭ ହୋଇଥିଲା । ଏହାପରେ କାରରେ ବସିଥିବା ଯୁବକ ଜଣଙ୍କ ଅନ୍ୟ ଯୁବକଙ୍କୁ ଧକ୍କା ଦେଇ ଆଗକୁ କାର ନେଇଯାଇଥିଲେ । ଫଳରେ କାରର ଆଗପଟେ ଯୁବକ ଜଣଙ୍କ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହେବା ପରେ ତଳେ ପଡ଼ିଯାଇଥିଲେ । ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ହେଁ କେହି କିଛି କରିନଥିଲେ । ଏହି ଘଟଣାଟି ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ପୋଲିସ ଏନେଇ ଏକ ମାମଲା ଦାୟର କରିବା ସହ ଅଭିଯୁକ୍ତଙ୍କୁ ଖୋଜୁଥିବା ଜଣାପଡ଼ିଛି ।

ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ପଶ୍ଚିମ କଲ୍ୟାଣର ଆଧାରବାଡ଼ି ଚୌକଠାରେ ପ୍ରେମକୁ ନେଇ ଦୁଇ ଯୁବକ ଯୁକ୍ତିତର୍କ କରୁଥିଲେ । ଏହି ସମୟରେ ଜଣେ ଯୁବକ କାର ନେଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଜଣଙ୍କୁ କାର ସାମ୍ନାକୁ ଆସି ପ୍ରତିରୋଧ କରିଥିଲେ । ଫଳରେ କ୍ରୋଧର ବଶବର୍ତ୍ତୀ ହୋଇ ଅନ୍ୟ ଯୁବକ ଜଣଙ୍କ କାରକୁ ଷ୍ଟାର୍ଟ କରି ଆଗକୁ ମାଡ଼ି ଚାଲିଥିଲେ । ଫଳରେ କାରକୁ ପ୍ରତିରୋଧ କରୁଥିବା ଯୁବକ ଜଣଙ୍କ କାର ଆଗରେ ଲଟକି ରହି କିଛି ଦୂର ପର୍ଯ୍ୟନ୍ତ ଯିବା ପରେ ତଳେ ପଡ଼ିଯାଇଥିଲେ । ଭାଗ୍ୟବଶତଃ ଉକ୍ତ ଯୁବକଙ୍କର କୌଣସି କ୍ଷତି ହୋଇନଥିଲା ।

Get real time updates directly on you device, subscribe now.