ନୂଆଦିଲ୍ଲୀ: ୟୁକେନ୍ ଉପରେ ରୁଷ ଆକ୍ରମଣର ଆଜି ହେଉଛି ୧୦ମ ଦିନ । ଆଜିବି ରୁଷ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି । ଆକ୍ରମଣରେ ଓଡେଶା ଅଞ୍ଚଳରେ ଏକ ବ୍ରିଜ୍ କୁ ଉଡାଇ ଦେଇଛନ୍ତି ରୁଷ ସେନା । ବର୍ତ୍ତମାନ କିଭ୍ ଉପରେ ଅନ୍ତିମ ଆକ୍ରମଣ ପାଇଁ ରୁଷ ପ୍ରସ୍ତୁତି ଚଳାଇଛି । ୟୁକ୍ରେନ ଅଭିଯୋଗ ଆଣିଛି ଯେ, ରାଷ୍ଟ୍ରପତି ଭବନକୁ ଟାର୍ଗେଟ୍ କରାଯାଇଛି । ଏହା ଭିତରେ ଖବର ମିଳିଛି ଯେ, ରାଷ୍ଟ୍ରପତି ଭବନ ନିକଟରେ ରୁଷ ରକେଟ୍ ମାଡ଼ କରିଛି । ଅନ୍ୟପଟେ ଆକ୍ରମଣ ମଧ୍ୟରେ ୟୁକ୍ରେନର ମାରିୟୁପୋଲ୍ ସହରକୁ ନିଜ କବଜାକୁ ନେଇଯାଇଛି ।