fbpx

ଗାଡ଼ିରେ ଫୁଲ କରିନିଅନ୍ତୁ ତେଲ କାରଣ ସରିବାକୁ ଯାଉଛି ମୋଦୀ ସରକାରଙ୍କ ନିର୍ବାଚନୀ ଅଫର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାକୁ ଯାଉଛି । ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ପ୍ରେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନହେବାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ‘ଲୋକଙ୍କୁ ସେମାନଙ୍କୁ ନିଜ ଗାଡ଼ିର ଟ୍ୟାଙ୍କ ଫୁଲ୍ କରାଇନେବା ଦରକାର’ କାରଣ ମୋଦୀ ସରକାରଙ୍କ ନିର୍ବାଚନୀ ଅଫର୍ ଶେଷ ହେବାକୁ ଯାଉଛି ।

କଂଗ୍ରେସ ନେତା ଦାବି କରିଛନ୍ତି ଯେ ଉତ୍ତର ପ୍ରଦେଶ ସହ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁଁ କିଛି ସପ୍ତାହ ଧରି ପେଟ୍ରୋଲ-ଡିଜେଲ ଦାମ ବଢ଼ିନାହିଁ ଏବଂ ନିର୍ବାଚନ ସରିବା ପରେ ଏଥିରେ ବୃଦ୍ଧି ହେବ ।

Get real time updates directly on you device, subscribe now.