fbpx

କେନ୍ଦ୍ରରେ ବିଜେପି ସରକାରର ନାହିଁ ବିକଳ୍ପ, ସେଥିପାଇଁ ରହିଛି ଶାସନରେ: ମମତା ବାନାର୍ଜୀ

ମଙ୍ଗଳବାର ମମତା ବାନାର୍ଜୀ ଦଳର ସାଙ୍ଗଠନିକ ବୈଠକ ସମୟରେ କେନ୍ଦ୍ରରେ ବିଜେପି ସରକାରଙ୍କୁ ହଟାଇବା ସମ୍ପର୍କରେ ବୟାନ ରଖିଛନ୍ତି । ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟୀ କେନ୍ଦ୍ରରେ ଶାସନ କରୁଛି କାରଣ ବର୍ତ୍ତମାନ କେନ୍ଦ୍ରରେ ଅନ୍ୟ କୌଣସି ବିକଳ୍ପ ଦଳ ନାହିଁ । ସେ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ରାଜନୀତିକ ଦଳମାନେ ବର୍ତ୍ତମାନ ବକଳ୍ପ ତିଆରି କରିବା ପାଇଁ ମିଳିମିଶି କାମ କରିବାକୁ ପଡ଼ିବ କାରଣ କେବଳ ବୟାନବାଜି କଲେ କିଛି ଫାଇଦା ହେବନାହିଁ ।

ସେ ଆହୁରି କହିଛନ୍ତି ଯଦି ୨୦୨୪ ରେ ବିଜେପିକୁ ହଟାଇବାକୁ ଚାହୁଛନ୍ତି ତେବେ ପ୍ରତି ଘରେ ଏକ ଦୁର୍ଗ କରିବାକୁ ହେବ ଏବଂ ଉତ୍ତର ପ୍ରଦେଶ, ବିହାର, ତ୍ରିପୁରା, ଆସମ, ରାଜସ୍ଥାନ ଏବଂ ହରିୟାଣା ଭଳି ଅନ୍ୟ ରାଜ୍ୟରେ ତିଆରି କରିବାକୁ ପଡ଼ିବ ଏବଂ ସମସ୍ତଙ୍କୁ ସକ୍ରିୟ ରହିବାକୁ ପଡ଼ିବ ।

Get real time updates directly on you device, subscribe now.