fbpx

ଭାରତର ମ୍ୟାଚ ସ୍ଥଗିତ: କରୋନା ସଂକ୍ରମଣ ହେତୁ ଅଟକି ରହିଲା ଜର୍ମାନୀ ବିପକ୍ଷ ହକି ମ୍ୟାଚ

ଭୁବନେଶ୍ୱର: ଅଧାରେ ଅଟକିଲା ହକି ମ୍ୟାଚ । ଜର୍ମାନୀ-ଭାରତ ପୁରୁଷବର୍ଗ ମଧ୍ୟରେ ଅନୁଷ୍ଠିତ ହେବା ଥିବା ମ୍ୟାଚକୁ ସ୍ଥଗିତ ରଖାଯାଇଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ପୂର୍ବରୁ ଦାଉ ସାଧିଛି କରୋନା । ଦଳର ଅନେକ ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ପରେ ମ୍ୟାଚକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏଫଆଇଏଚ ପ୍ରୋ ଲିଗରେ ଜର୍ମାନୀ-ଭାରତ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାହକି ମ୍ୟାଚକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରାଯାଇଛି । ମ୍ୟାଚ ପୂର୍ବରୁ ଜର୍ମାନୀର ଅନେକ ଖେଳାଳି ଏବଂ ଷ୍ଟାଫ କରୋନାରେ ସଂକ୍ରମିତ ହୋଇଛି । ତେଣୁ ଏହି ମ୍ୟାଚକୁ ସ୍ଥଗିତ ରଖିପବା ନେଇ ବୋର୍ଡ ପକ୍ଷରୁ ଘୋଷଣା ହୋଇଛି । ତେବେ ଆଗକୁ କେବେ ଏହି ମ୍ୟାଚ ଅନୁଷ୍ଠିତ ହେବ, ସେ ନେଇ କୌଣସି ସୂଚନା ମିଳି ପାରି ନାହିଁ ।

Get real time updates directly on you device, subscribe now.