fbpx

ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ: ଋଷ ବିମାନକୁ କବଜା କଲା ବ୍ରିଟେନ

ନୂଆଦିଲ୍ଳୀ: ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏବେ ଉଭୟଙ୍କ କଳି ମଝିରେ ପଶିଛି ପଡୋଶୀ ରାଷ୍ଟ୍ର ବ୍ରିଟେନ । ଋଷର ଏକ ବିମାନକୁ ବ୍ରିଟେନ କବଜା କରିଥିବା ଜଣାଯାଇଛି । ତେବେ ଏହାର ପ୍ରଭାବ ଏହି ଯୁଦ୍ଧ ଉପରେ ପଡିପାରେ ବୋଲି ଅନୁମାନ କରାଯାଉଛି । ବିମାନ କବଜା ହୋଇଥିବା ନେଇ ବ୍ରିଟେନର ଜଣେ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏହା ପୂର୍ବରୁ ଋଷକୁ ଚେତାବନୀ ଦେବା ସହିତ ଋଷ ପାଇଁ ଏୟାରସ୍ପେଶ ମଧ୍ୟ ବନ୍ଦ କରିଥିଲା ବ୍ରିଟେନ । ତେବେ ଯଦି କୌଣସି ଋଷ ବିମାନ ବ୍ରିଟେନର ଏୟାରସ୍ପେଶକୁ ଆସେ ତେବେ ଏହାକୁ ଅପରାଧ ମାନିବା ସହିତ ବିମାନକୁ କବଜା କରି ନିଆଯିବ ବୋଲି ବ୍ରିଟେନ ପୂର୍ବରୁ ସତର୍କ କରାଇ ଦେଇଥିଲା । ସୂଚନା ଅନୁସାରେ, ପ୍ରତିବନ୍ଧକ ଲାଗିଥିବା ଏୟାରସ୍ପେଶ ମାଧ୍ୟମରେ ବ୍ରିଟେନ ପହଞ୍ଚୁଥିଲେ ଋଷ ନାଗରିକ । ତେଣୁ ଏହି ବିମାନକୁ ଜବତ କରାଯାଇଛି । ଫର୍ଣ୍ଣବୋରୋଫ ଏୟାରପୋର୍ଟରେ ଏକ ବିମାନକୁ ଯାଞ୍ଚ କରୁଥିବା ସମୟରେ ଏହାର ମାଲିକ ଋଷ ନାଗରିକ ବୋଲି ଜଣାପଡିଥିଲା । ତେଣୁ ଏହି ବିମାନକୁ କବଜା କରିନେଇଛି ବ୍ରିଟେନ ସରକାର ।

Get real time updates directly on you device, subscribe now.