fbpx

ଭୁଶୁଡ଼ିଲା ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ: ୨ ଜଣଙ୍କର ମୃତ୍ୟୁ

କଟକ: ଭୁଶୁଡ଼ିଲା ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ । ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ ତଳେ କିଛି ଲୋକ ଚାପି ହୋଇଯାଇଥିବା ସୂଚନା । ପୋଲ କାମ ଚାଳିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ସୂଚନା । ସୂଚନା ଅନୁଯାୟୀ ପୋଲର ସାଇଡ୍ ୱାଲ ଭୁଶୁଡ଼ିପଡ଼ିଛି । ଘଟଣା ସ୍ଥଳରେ ପୋଲିସ ଏବଂ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଗଲା । ପୋଲ ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗୁରୁତର ଉଦ୍ଧାର ହୋଇଥିବା ୩ ଜଣକ ମଧ୍ୟରୁ ୨ ଜଣକର ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ପୋଲ କାମ କରୁଥିବା ଶ୍ରମିକ ବୋଲି ଜଣାପଡ଼ିଛି ।

ପୋଲ ଭୁଶୁଡ଼ିଥିବା ସ୍ଥାନରେ ପହଞ୍ଚିଛନ୍ତି କଟକ ଜିଲ୍ଲାପାଳ । ଘଟଣାକୁ ଅତ୍ୟନ୍ତ ଦୁଃଖଦକର କହିବା ସହ, ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ତଦନ୍ତ କିଏ କରିବ ସରକାର ନିଷ୍ପତ୍ତି ନେବେ କହିଲେ ଜିଲ୍ଲାପାଳ । ଯେଉଁମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।

ସେପଟେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୨ ଜଣକ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଆତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ସହ, ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.