fbpx

ଅଙ୍ଗନୱାଡି କର୍ମୀ ପାଇଁ ବିଜ୍ଞପ୍ତି: ନୂଆ ନିଯୁକ୍ତି ପାଇଁ ଏମିତି କରିପାରିବେ ଆବେଦନ

ଅଙ୍ଗନୱାଡିରେ ନିଯୁକ୍ତି ପାଇଁ ଜାରି ହୋଇଛି ବିଜ୍ଞପ୍ତି । ନୂଆ ପ୍ରାର୍ଥୀ ଏବଂ କର୍ମୀଙ୍କୁ ଆବେଦନ ପାଇଁ ଆମନ୍ତ୍ରଣ କରିଛି ଡଉଊ କର୍ଣ୍ଣାଟକ ଅଙ୍ଗନୱାଡି ୟାଦଗିର । ଅଙ୍ଗନୱାଡିରେ ସାହୟିକା ଏବଂ ସେବିକା ପଦରେ ନୂଆ ପ୍ରାର୍ଥୀ ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଅଙ୍ଗନୱାଡିର ଅଫିସିଆଲ ୱେବସାଇଟ anganwadirecruit.kar.nic.in ମାଧ୍ୟମରେ ଆବେଦନ କରିପାରିବେ । ଏହାବ୍ୟତୀତ ସିଧା ଏହାର ଲିଙ୍କ https://wcd.karnataka.gov.in/english ଜରିଆରେ ମଧ୍ୟ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ ।

ତେବେ ଆବେଦନର ଶେଷ ତାରିଖ ୩୧ ମାର୍ଚ୍ଚକୁ ଧାର୍ଯ୍ୟ କରାଯାଇଛି । ଏହି ଚୟନ ପ୍ରକ୍ରିୟାରେ ମୋଟ ୧୭ ପଦ ପାଇଁ ନିଯୁକ୍ତି ଦିଆଯିବ । ଅଙ୍ଗନୱାଡି କର୍ମୀ ପାଇଁ ପ୍ରାର୍ଥୀ ଅନ୍ୟୁନ କୌଣସି ମ।।ନ୍ୟତାପ୍ରାପ୍ତ ବିଦ୍ୟାଳୟରୁ ଦଶମ ପାସ ହୋଇଥିବା ଆବଶ୍ୟକ । ଏହା ବ୍ୟତୀତ ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ତେବେ ସାକ୍ଷାତକାର ଆଧାରରେ ପ୍ରାର୍ଥୀମାନଭ୍କର ଚୟନ କରାଯିବ ।

Get real time updates directly on you device, subscribe now.