fbpx

ରୁଷରେ ବନ୍ଦ ହେଲା Mc Donald’s ଫାଷ୍ଟଫୁଡ୍, ଲୋକମାନେ ବର୍ଗର୍ ରେ ଭର୍ତ୍ତି କଲେ ଫ୍ରିଜ୍

ମସ୍କୋ: ୟୁକ୍ରେନ ଉପରେ ରୁଷର ହମଲା ପରଠାରୁ ବିଭିନ୍ନ କମ୍ପାନୀ ତଥା ଅନେକ ସେବା ରୁଷରେ ବ୍ୟାନ୍ କରାଯିବାରେ ଲାଗିଛି । ଫାଇନାନ୍ସିଆଲ୍ କମ୍ପାନୀ ଠାରୁ ଆରମ୍ଭ କରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପର୍ଯ୍ୟନ୍ତ ଅନେକ ସଂସ୍ଥା ନିଜ ନିଜର ସେବା ରୁଷରେ ବନ୍ଦ କରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ଫାଷ୍ଟ୍ ଫୁଡ୍ କମ୍ପାନୀ ମ୍ୟାକ୍ ଡୋନାଲ୍ଡସ୍ ମଧ୍ୟ ରୁଷରେ କାରବାର ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି । ଏହି ଘୋଷଣା ପରେ ଖାଦ୍ୟପ୍ରିୟ ଲୋକମାନେ ନିଜ ଘରମାନଙ୍କରେ ମ୍ୟାକ୍ ଡୋନାଲ୍ଡସ୍ ର ବର୍ଗର୍ ଓ ଅନ୍ୟାନ୍ୟ ଫୁଡ୍ ପ୍ରିଜ୍ ରେ ଭରିଦେଇଛନ୍ତି । ଏହି କ୍ରମରେ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଫଟୋରେ ଜଣେ ବ୍ୟକ୍ତି ନିଜ ଫ୍ରିଜ୍ ରେ ପ୍ରାୟ ୫୦ଟି ବଗର୍ ନିଜ ଫ୍ରିଜ୍ ରେ ରଖିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ କମ୍ପାନୀ ଘୋଷଣା କରିଥିଲା ଯେ, ରୁଷରେ ନିଜର ବ୍ୟବସାୟ ଅସ୍ଥାୟୀ ରୂପେ ବନ୍ଦ କରିବ । କମ୍ପାନୀର ମୋଟ ବ୍ୟବସାୟର ୯ ପ୍ରତିଶତ ଅଂଶ ରୁଷରୁ ଆସିଥାଏ । ଏହି ଖବର ଶୁଣିବା ପରଠାରୁ ଖାଦ୍ୟପ୍ରିୟ ଲୋକମାନେ ରେଷ୍ଟୁରାଣ୍ଟ୍ ରେ ଭିଡ ଜମାଇଛନ୍ତି ।

ଏହା ଭିତରେ ରୁଷର କେତେକ ଅନଲାଇନ୍ ଅକ୍ସନ୍ ୱେବସାଇଟ୍ ରେ ମ୍ୟାକ୍ ଡୋନାଲ୍ଡସ୍ ର ବର୍ଗର୍ ଆଦି ଖାଦ୍ୟକୁ ବିକ୍ରି କରାଯାଉଛି ଯାହା ଦେଶର ଅନ୍ୟ ସ୍ଥାନ ମାନଙ୍କରେ ଉପଲବ୍ଧ ନାହିଁ । ଜଣେ ବ୍ୟକ୍ତି ଏକ ବିଗ୍ ମ୍ୟାକ୍ ମିଲ୍ ର ଦାମ୍ ପ୍ରାୟ ୨୫,୫୧୪ ଟଙ୍କା(୨୫୦ ପାଉଣ୍ଡ) ରଖିଛନ୍ତି । ସେହିପରି ଅନ୍ୟଜଣେ ବ୍ୟକ୍ତି ମ୍ୟାକ୍ ଡୋନାଲ୍ଡସ୍ ର ତିନିଟି ବ୍ୟାଗ୍ ୬୩୯ ପାଉଣ୍ଡ୍(ପ୍ରାୟ ୬୩,୯୩୭ ଟଙ୍କା) ରେ ବିକ୍ରି କରୁଛି ।

ସୂଚନାଯୋଗ୍ୟ, ମ୍ୟାକ୍ ଡୋନାଲ୍ଡସ୍ ବ୍ୟତୀତ କୋକାକୋଲା, ପେପ୍ସିକୋ ଓ ଜେନେରାଲ୍ ଇଲେକ୍ଟ୍ରିକ୍ ମଧ୍ୟ ମଙ୍ଗଳବାର ଦିନ ରୁଷରେ ଅସ୍ଥାୟୀ ରୁୂପେ ବ୍ୟବସାୟ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.