fbpx

ଓଡ଼ିଆ IAS ଅଧିକାରୀ ଦେବାଶିଷ ପଣ୍ଡା IRDAIର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଆଇଏଏସ ଅଧିକାରୀ ଦେବାଶିଷ ପଣ୍ଡା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି । ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ)ର ନୂଆ ଅଧ୍ୟକ୍ଷ ଭାବେ ଦେବାଶିଷଙ୍କୁ ନିଯୁକ୍ତି ମିଳିଛି । ଏହି ଘୋଷଣା ଫଳରେ ଭାରତୀୟ ଆର୍ଥିକ ସେକ୍ଟରରେ ଅବସ୍ଥାପିତ ଓଡ଼ିଆ ଅଧିକାରୀଙ୍କ ଦବଦବା ବୃଦ୍ଧି ପାଇଛି । ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ପଦ ସମ୍ଭାଳୁଥିବା ବେଳେ ଦେବପ୍ରତ ପାତ୍ର ଡେପୁଟି ଗଭର୍ଣ୍ଣର ଭାର ସମ୍ଭାଳୁଛନ୍ତି । ଦେବାଶିଷ ୧୯୮୭ ବ୍ୟାଚର ଉତ୍ତରପ୍ରଦେଶର କ୍ୟାଡରର ଆଇଏଏସ ଅଧିକାରୀ ହୋଇଥିବା ବେଳେ ଗତ ଜାନୁଆରୀ ମାସରେ ସେ ନେବା ନିବୃତ୍ତ ହୋଇଥିଲେ ।

ଆଇଆରଡିଏଆଇ ହେଉଛି ବୀମା ଶିଳ୍ପର ନିୟାମକ ସଂସଥା । ଏହା ପଲିସିଧାରକଙ୍କ ସ୍ୱାର୍ଥ ରକ୍ଷା ସହ ବୀମା କମ୍ପାନୀଗୁଡ଼ିକର ସ୍ୱଚ୍ଛତା ଓ ନିୟମ ପାଳନ ଉପରେ ନଜର ରଖିଥାଏ । ଶ୍ରୀ ପଣ୍ଡାଙ୍କ ପୂର୍ବରୁ ସୁଭାଷ ଶେଖର ଖୁଣ୍ଟିଆ ଏହି ପଦରେ କାର୍ଯ୍ୟ କରୁଥିବା ବେଳେ ସେ ଗତବର୍ଷ ମେ ମାସରେ ଅବସର ଗ୍ରହଣ କରିଥିଲେ । ଏହାପରେ ଗତବର୍ଷ ଏପ୍ରିଲରେ ଖାଲି ପଦ ପୂରଣ ନେଇ ଆବେଦନ କରିବାକୁ ଆହ୍ୱାନ କରାଯାଇଥିଲା । କିଛିଦିନ ପୂର୍ବରୁ ଭାରତୀୟ ପ୍ରଦିଭୂତି ଓ ବିନିମୟ ବୋର୍ଡ (ସେବିର) ଚେୟାରମ୍ୟାନ ଭାବେ ମାଧବୀ ପୁରୀ ବୁଚ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ସମୟରେ ସେବିର ମୁଖ୍ୟ ପଦ ଦୌଡ଼ରେ ମଧ୍ୟ ଦେବାଶିଷଙ୍କ ନାମ ରହିଥିଲା । ଦେବାଶିଷ ନିଜ କ୍ୟାରିୟରରେ କେନ୍ଦ୍ର ସରକାରଙ୍କ ଅର୍ଥ ସେବା ସଚିବ, ଆଇଆରଡିଏଆଇର ନିର୍ଦ୍ଦେଶକ, ବିଭିନ୍ନ ସରକାରୀ ବ୍ୟାଙ୍କ ବୀମା କମ୍ପାନୀ ବୋର୍ଡ, ଆରବିଆଇ ବୋର୍ଡ ୟୁପିର ପ୍ରମୁଖ ସଚିବ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କାର୍ଯ୍ୟ କରିଆସିଛନ୍ତି ।

Get real time updates directly on you device, subscribe now.