fbpx

ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ପୋଲାଣ୍ଡକୁ ସ୍ଥାନାନ୍ତର: ସରକାର ନେଲେ ବଡ଼ ନିଷ୍ପତ୍ତି

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧ ୧୮ ଦିନରେ ପହଞ୍ଚିଛି । ପରିସ୍ଥିତି ସୁଧୁରିବା ବଦଳରେ ବିଗିଡ଼ିବାରେ ଲାଗିଛି । ଉଭୟ ଦେଶ ନଇଁବାକୁ ରାଜି ନାହାଁନ୍ତି । ଏହାରି ମଧ୍ୟରେ ରବିବାର ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଦେଶ ମନ୍ତ୍ରାଳୟର ସୂଚନା ଅନୁଯାୟୀ ୟୁକ୍ରେନର ପଶ୍ଚିମ ଅଞ୍ଚଳରେ ଅଞ୍ଚଳରେ ବିଗିଡ଼ିଥିବା ସୁରକ୍ଷା ସ୍ଥିତି ଯୋଗୁଁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ପୋଲାଣ୍ଡକୁ ଅସ୍ଥାୟୀ ଭାବରେ ସ୍ଥାନାନ୍ତର କରାଯାଇଛି ।

ଏହା ପୂର୍ବରୁ ୟୁକ୍ରେନ ସଂକଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ ଉଚ୍ଚ ସ୍ତରୀୟ ବୈଠକ ଡକାଇଥିଲେ । ମୋଦୀ ବୈଠକରେ ଭାରତର ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା ସହ ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱର ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ ।

 

Get real time updates directly on you device, subscribe now.