fbpx

ଆକାଶରୁ ହଠାତ୍ ଖସିଲା ଏକ ଚମତ୍କାରୀ ପଥର, ରାତାରାତି କୋଟିପତି ପାଲଟିଗଲେ ଯୁବକ

ନୂଆଦିଲ୍ଲୀ: ଅନେକ ସମୟରେ ଏ ଦୁନିଆରେ କିଛି ଲୋକଙ୍କ ସହିତ ଅବିଶ୍ୱସନୀୟ ଘଟଣା ସବୁ ଘଟିଥାଏ । ଏହି କଥାକୁ ଆଖିରେ ଦେଖିବା ନ ଦେଖିବା ପର୍ଯ୍ୟନ୍ତ କେହି ବି ବିଶ୍ୱାସ କରନ୍ତି ନାହିଁ । ତେବେ କଥାଟି ହେଉଛି, ଆକାଶରୁ ଖସିଥିବା ଏକ ପଥର ଜଣେ ବ୍ୟକ୍ତିଙ୍କୁ ରାତାରାତି କୋଟିପତି ବନାଇ ଦେଇଛି । କାରଣ ତାହା ଏକ ସାଧାରଣ ପଥର ନଥିଲା, ତା’ର ମୂଲ୍ୟ ଥିଲା ଏକ କୋଟି ଟଙ୍କା । ଆକାଶରୁ ଉକ୍ତ ପଥରଟି ଖସୁଥିବା ସମୟରେ ଜଣେ ବ୍ୟକ୍ତି ତାହାକୁ ଦେଖିଥିଲେ । ଏହାପରେ ସେ ପଥରଟିକୁ ଖୋଜିବା ପାଇଁ ୧ ବର୍ଷରୁ ଅଧିକ ସମୟ ଲଗାଇ ଦେଇଥିଲେ । ଶେଷରେ ସେ ପଥରଟିକୁ ପାଇବାରେ ସଫଳ ହୋଇଥିଲେ ଓ ତା’ର ମୂଲ୍ୟ ଜାଣିବା ପରେ ତାଙ୍କର ହୋସ୍ ଉଡ଼ିଯାଇଥିଲା ।

ଜଣାପଡ଼ିଛି ଯେ, ଉତ୍ତର ୱେଲସର ରେକଜାମରେ ରହୁଥିବା ୩୮ ବର୍ଷୀୟ ଟୋନି ହ୍ୱିଲଡିଂ ଦିନେ ଦିନ ବଗିଚାରେ ସିଗାରେଟ ଟାଣୁଥିବା ସମୟରେ ହଠାତ୍ ଆକାଶରୁ ଏକ ପଥର ଖସୁଥିବା ତାଙ୍କର ନଜର ପଡ଼ିଥିଲା । ଉକ୍ତ ପଥରଟିରୁ ଉଜ୍ଜ୍ୱଳ ଆଲୋକ ବାହାରୁଥିବା ସେ ଦେଖିବାକୁ ପାଇଥିଲେ । ଧୀରେଧୀରେ ପଥରଟି ଭୂପୃଷ୍ଠକୁ ଛୁଇଁବାକୁ ଲାଗିଥିଲା ଓ ସେଥିରୁ ଧୂଆଁ ବାହାରୁଥିଲା । ମାତ୍ର ଅଚାନକ ପଥରଟି ଅଦୃଶ୍ୟ ହୋଇଯାଇଥିଲା । ତାହା ଏକ ଉଲକା ପିଣ୍ଡ ବୋଲି ଟୋନି ହୃଦୟଙ୍ଗମ କରିପାରିଥିଲେ । ଏହାପର ସେ ପଥରଟିର ସନ୍ଧାନରେ ବାହାରି ପଡ଼ିଥିଲେ ।

ଟୋନି ଆଖାପାଖ କ୍ଷେତମାନଙ୍କରେ ପଥରଟିକୁ ୧୮ ମାସ ପର୍ଯ୍ୟନ୍ତ ଖୋଜିବାରେ ଲାଗିଥିଲେ । ଶେଷରେ ସେ ତାକୁ ପାଇବାରେ ସଫଳ ହୋଇଥିଲେ । ସେ ପଥରକୁ ନେଇ ଅନେକ ଗବେଷଣା କରିବା ସହ କିଛି ବିଶେଷଜ୍ଞଙ୍କଠାରୁ ପରାମର୍ଶ ମଧ୍ୟ ନେଇଥିଲେ । ତେବେ ଯାଞ୍ଚପରେ ପଥରଟି ଉଲକାପିଣ୍ଡ ବୋଲି ପ୍ରମାଣିତ ହୋଇଥିଲା, ଯାହାର ମୂଲ୍ୟ ୧ କୋଟିର ଅଧିକ ଥିଲା ।

Get real time updates directly on you device, subscribe now.