fbpx

ଆବେଦନ କରିବା ପରେ ବି ଆସୁନି ପାନ୍ କାର୍ଡ, ଏପରି ଚେକ୍ କରନ୍ତୁ ଷ୍ଟାଟସ୍

ନୂଆଦିଲ୍ଲୀ: ଆଜି ଯୁଗରେ ପାନ୍ କାର୍ଡ ଏକ ବାଧ୍ୟତାମୂଳକ ଡକ୍ୟୁମେଣ୍ଟ । ଏହା ବିନା କୌଣସି ଆର୍ଥିକ କାରବାର ହୋଇପାରିବ ନାହିଁ । ଏହାର ଆବଶ୍ୟକତା ପ୍ରତ୍ୟେକ ଆର୍ଥିକ ଟ୍ରାଞ୍ଜାକ୍ସନ କରିବା ଓ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ପଡ଼ିଥାଏ । ବ୍ୟାଙ୍କରୁ ନେଇ ଅଫିସ ପର୍ୟ୍ୟନ୍ତ କୌଣସି ଆର୍ଥିକ କାମ ଆପଣ ଏହା ବିନା କରିପାରିବେ ନାହିଁ । ପାନ୍ କାର୍ଡ ନମ୍ବର ୧୦ ଅଙ୍କ ବିଶିଷ୍ଟ୍ ଆଲ୍ଫାନ୍ୟୁମେରିକ୍ ନମ୍ବର । ଆଜିକାଲି ପାନ୍ କାର୍ଡ ସହିତ ଆଧାର କାର୍ଡ ଓ ମୋବାଇଲ୍ ନମ୍ବର ଲିଙ୍କ୍ ହେବା ଜରୁରୀ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପାନ୍ କାର୍ଡ ଓ ଆଧାର କାର୍ଡ ଏବଂ ମୋବାଇଲ୍ ନମ୍ବର ଲିଙ୍କ୍ କରିବା ଜରୁରୀ । ଏସବୁକୁ ଦୃଷ୍ଟିରେ ରଖିଲେ ପାନ୍ କାର୍ଡ ହେଉଛି ଏକ ଜରୁରୀ ଦସ୍ତାବିଜ୍ ।

ଅନେକ ସମୟରେ ପାନ୍ କାର୍ଡ ପାଇଁ ଲୋକମାନେ ଆବେଦନ କରିଥାନ୍ତି କିନ୍ତୁ ତାହା ଆସିବାରେ ବିଳମ୍ବ ହୋଇଥାଏ । ତେଣୁ ପାନ୍ କାର୍ଡ ପ୍ରସ୍ତୁତି କେତେ ବାଟ ଗଲା ଓ କେତେ ସମୟ ମଧ୍ୟରେ ପହଞ୍ଚିବ ତାହା ଜାଣିବା ପାଇଁ ଲୋକମାନେ ଚେଷ୍ଟା କରିଥାନ୍ତି । ଏହା ଭିତରେ କେତେକଙ୍କ ପାଖରେ ପାନ୍ କାର୍ଡ ପହଞ୍ଚି ନଥାଏ ମଧ୍ୟ । ଆହୁରି ବି ଦେଖିବାକୁ ମିଳେ ଯେ, ପାନ୍ କାର୍ଡ ହଜି ଗଲେ ଡୁପ୍ଲିକେଟ୍ ପାନ୍ କାର୍ଡ ବି ତିଆରି ହୋଇ ଆସିବାକୁ ଅଧିକ ସମୟ ଲାଗିଯାଏ ଓ କେବେ କେବେ ତ ମିଳେ ନାହିଁ ମଧ୍ୟ । ଏହି ଖବର ଜରିଆରେ ଆମେ ଆପଣ ମାନଙ୍କୁ କହିବୁ ଯେ, ଆପଣ ମାନେ କିପରି ପାନ୍ କାର୍ଡର ଷ୍ଟାଟସ୍ ଚେକ୍ କରିପାରିବେ ।

ନିଜର ପାନ୍ କାର୍ଡର ଷ୍ଟାଟସ୍ ଚେକ୍ କରିବା ପାଇଁ ସର୍ବପ୍ରଥମେ ଇନକମ୍ ଟ୍ୟାକ୍ସ ୱେବସାଇଟ୍ www.incometaxindia.gov.in/pages/pan.aspx କୁ ଯିବାକୁ ପଡ଼ିବ । ଏଠାକୁ ଯାଇ instant PAN through Aadhar ଅପସନ୍ ଉପରେ କ୍ଳିକ୍ କରନ୍ତୁ । ପରେ ଚେକ୍ ଷ୍ଟାଟସ୍ ଅଫ୍ ପାନ୍ ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଆଧାର ନମ୍ବର ମଗାଯିବ । ଆଧାର ନମ୍ବର ଦେବା ପରେ ମୋବାଇଲ୍ ନମ୍ବର ରେ ଓଟିପି ଆସିବ । ଓଟିପି ଦେବାର କିଛି ସମୟ ପରେ ଆପଣଙ୍କ ସ୍କ୍ରିନ୍ ରେ ପାନ୍ କାର୍ଡ ର ଷ୍ଟାଟସ୍ ଦେଖିବାକୁ ମିଳିବ ।

Get real time updates directly on you device, subscribe now.