fbpx

୪୦ ବର୍ଷ ପରେ ମହିଳା ମାନେ କରିବା ଦରକାର ଏହି ୪ଟି ମେଡିକାଲ୍ ଟେଷ୍ଟ୍

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରାୟତଃ ମହିଳାମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ଅବଲମ୍ବନ କରନ୍ତି । ଯେଉଁ ସମୟ ପର୍ଯ୍ୟନ୍ତ ବିବାହ ଏବଂ ସନ୍ତାନ ହୋଇନଥାଏ, ଝିଅମାନେ ଫିଟ୍ ଏବଂ ସୁସ୍ଥ ରୁହନ୍ତି, କିନ୍ତୁ ବିବାହ ପରେ ମହିଳାମାନଙ୍କଠାରେ ଅନେକ ପ୍ରକାରର ହରମୋନ୍ ପରିବର୍ତ୍ତନ ହୁଏ । ବିଶେଷକରି ସନ୍ତାନ ଜନ୍ମ ନେବା ପରେ ଜଣେ ମହିଳାଙ୍କ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ହୁଏ । ପରିବାର ସହିତ ପିଲାମାନଙ୍କର ଦାୟିତ୍ୱ ବଢ଼ିଯାଏ । ଯାହା ଫଳରେ ମହିଳା ମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ । ଏପରି ପରିସ୍ଥିତିରେ, ୪୦ ବର୍ଷ ବୟସ ପର୍ୟ୍ୟନ୍ତ ଯେଣତେଣ ପ୍ରକାରରେ ଚାଲିଯାଏ । କିନ୍ତୁ ଏହା ପରେ ମହିଳାଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦେବା ଆରମ୍ଭ ହୁଏ ।

ତେବେ ମହିଳାମାନେ ୪୦ ବର୍ଷରେ ଉପନୀତ ହେବା ପରେ ଶରୀର ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ନିୟମିତ ରୂପେ କିଛି ଟେଷ୍ଟ୍ କରାଇବା ଜରୁରୀ । ଏହା ଦ୍ୱାରା ଆପଣଙ୍କ ଶରୀର ରେ କଣ କଣ ସମସ୍ୟା ରହିଛି ଓ କଣ କଣ ରୋଗ ରହିଛି ତାହା ଜାଣିପାରିବେ । ୪୦ ବର୍ଷ ପାର୍ ହେବା ପରେ ମହିଳା ମାନେ ଏହି ୪ଟି ଟେଷ୍ଟ୍ କରାଇବା ନିହାତି ଆବଶ୍ୟକ ।

୧. ଲିପିଡ୍ ପ୍ରୋଫାଇଟ୍ କୋଲେଷ୍ଟ୍ରୋଲ୍ ସ୍କ୍ରିନିଂ: ଏହି ଟେଷ୍ଟ ଜରିଆରେ ରକ୍ତରୁ କୋଲେଷ୍ଟ୍ରୋଲ୍ ର ଯାଞ୍ଚ୍ କରାଯାଇଥାଏ । ଆଉ ଯଦି ଆବଶ୍ୟକ ପଡେ ତାହେଲେ ଇସିଜି ମଧ୍ୟ କରାଇ ନିଅନ୍ତୁ ।

୨. ସର୍ଭାଇକଲ୍ ଓ ବ୍ରେଷ୍ଟ୍ କ୍ୟାନସର୍ ସ୍କ୍ରିିନିଂ: ପେପ୍ ସ୍ମିୟର୍ ଟେଷ୍ଟ୍ ସର୍ଭାଇକଲ୍ କ୍ୟାନ୍ସର୍ ଯାଞ୍ଚ୍ ପାଇଁ କରାଯାଇଥାଏ । ୪୦ ବର୍ଷ ପରେ ଏହି ଟେଷ୍ଟ୍ କରିବା ଜରୁରୀ । ଏହା ବ୍ୟତୀତ ନିୟମିତ ବ୍ରେଷ୍ଟ୍ ଏଗ୍ଜାମିନ୍ କରିବା ଜରୁରୀ । ୨-୩ ସପ୍ତାହରେ ଥରେ ଟେଷ୍ଟ୍ କରିପାରିବେ ।

୩. ଥାଇରଏଡ୍ ଟେଷ୍ଟ୍: ଥାଇରଏଡ୍ ଧୀରେ ଧୀରେ ବଡ଼ି ସିଷ୍ଟମ୍ କୁ ପ୍ରଭାବିତ କରିଥାଏ । ୪୦ ବର୍ଷ ପରେ ଡାକ୍ତରଙ୍କ ପରାମର୍ଶ ନେଇ ଏହି ଟେଷ୍ଟ୍ କରାଇବା ଦରକାର ।

୪. ଭିଜନ୍ ଟେଷ୍ଟ୍: ଯଦି ଆପଣ ଚଷମା ବ୍ୟବହାର କରୁଛନ୍ତି ତାହେଲେ ଆପଣ ଆଖି ପରୀକ୍ଷା କରିବା ଜରୁରୀ । ଆଉ ଯଦି ଆପଣ ଚଷମା ପିନ୍ଧୁ ନାହାନ୍ତି ତାହେଲେ ୨ ବର୍ଷ କିମ୍ବା ଆଖିରେ ଯନ୍ତ୍ରଣା ଅନୁଭବ ହେଲେ ଟେଷ୍ଟ୍ କରାଇ ନିଅନ୍ତୁ ।

Get real time updates directly on you device, subscribe now.