fbpx

କାନାଡାରେ ସଡ଼କ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ର ମୃତ

ନୂଆଦିଲ୍ଲୀ: କାନାଡାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଶନିବାର ଦିନ ଘଟିଛି । ଓଟାରିଓ ହାଇୱେରେ ଏହି ଦୁର୍ଘଟଣା ଘଟିଥିବା ସୂଚନା । ୫ ଜଣ ଛାତ୍ର କାର୍ ରେ ଯାଉଥିବା ସମୟରେ ସେମାନଙ୍କ ଗାଡ଼ି ଏକ ଟ୍ରଲର୍ ସହିତ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ଅନ୍ୟ ଦୁଇ ଜଣଙ୍କର ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ମୃତ୍ୟୁ ହୋଇଥିଲା । କାନାଡାରେ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସରିୟା ସୋମବାର ଦିନ ଏନେଇ ସୂଚନା ଦେଇଛନ୍ତି ।

ଭାରତୀୟ ଉଚ୍ଚାୟୁକ୍ତ ଟୁଇଟ୍ କରି ଭାରତୀୟ ଛାତ୍ରଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ପରିବାର ପ୍ରତି ସମ୍ବେଦନା ଜଣାଇଛନ୍ତି । ବର୍ତ୍ତମାନ ୫ ଜଣଙ୍କ ଶବକୁ ପୋଷ୍ଟ୍ ମଟମ୍ ପାଇଁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ଆଗକୁ ତଦନ୍ତ କରାଯିବ । ୫ ଜଣଙ୍କ ବୟସ ୨୧ ରୁ ୧୪ ବର୍ଷ ମଧ୍ୟରେ ହୋଇଥିବା ସୂଚନା ରହିଛି । ତେବେ ଅନ୍ୟ ଦୁଇ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.