fbpx

(Video)ରହସ୍ୟମୟୀ ସାପ, ଦେଖିବାକୁ ଲତା ପରି ଓ ବିପଦଜନକ ମଧ୍ୟ; ବୈଜ୍ଞାନିକ ମାନେ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ତଥା ସରୀସୃପ ଦେଖିବାକୁ ମିଳେ । ଯାହା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ । ଏହିପରି ଏକ ସରୀସୃପ ଥାଇଲାଣ୍ଡରେ ଦେଖିବାକୁ ମିଳିଛି । ଏହା ଏକ ସାପ । ଦେଖିବାକୁ ଏକଦମ୍ ପାଣି ଭିତରେ ଥିବା ଲତା ପରି । ଏହାକୁ ଦେଖି ଏବେ ଯେ କେହି ଆଶ୍ଚର୍ଯ୍ୟ ହେଉଛନ୍ତି । ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଦୁଇ ଫୁଟ୍ ଲମ୍ବ ବିଶିଷ୍ଟ ଏହି ସାପ ଏକ ବୁଲୁଥିବା ଦେଖିବାକୁ ମିଳିଛି । ଏହାକୁ ଆପଣ ମାନେ ନିରିଖେଇ ନଦେଖିଲେ ଜାଣିପାରିବେ ନାହିଁ ଯେ, ଏହା ଏକ ସାପ ବୋଲି ।

ଏହି ରହସ୍ୟମୟୀ ସାପର ରଙ୍ଗ ସବୁଜ ଅର୍ଥାତ୍ ଦେଖିବାକୁ ଏକଦମ୍ ପାଣି ଭିତରେ ଥିବା ଲତା ଗଛ ପରି । ଏହାର ଶରୀର ସାରା ସବୁଜ ରଙ୍ଗର ପର ରହିଛି । ଏହି ସାପ ଥାଇଲାଣ୍ଡର ଜଣେ ୪୯ ବର୍ଷିୟ ବ୍ୟକ୍ତି ପ୍ରଥମେ ଦେଖିବାକୁ ପାଇଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.