fbpx

NISER କ୍ୟାମ୍ପସ ଛାତରୁ ଖସି PhD ଛାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ (ନାଇଜର) କ୍ୟାମ୍ପସର ଏକ ଛାତରୁ ପଡ଼ି ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଛାତ୍ରୀଙ୍କର ନାମ ହେଉଛି ପୂଜା ଜେଠୱାନୀ । ପୂଜାଙ୍କ ଘର ଛତିଶଗଡ଼ ହୋଇଥିବା ବେଳେ ସେ ନାଇଜରରେ ଫିଜିକ୍ସ ବିଭାଗରେ ପିଏଚଡି କରୁଥିଲେ । ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ମୃତ ଛାତ୍ରୀଙ୍କର ଏକ ଡାଏରୀ ଜବତ କରିଛି ।

Get real time updates directly on you device, subscribe now.