fbpx

ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବା ପରେ ପୁଣି ଅଲଗା ହେଲେ ଏଲନ୍ ମସ୍କ ଓ ଗ୍ରିମ୍ସ

ନୂଆଦିଲ୍ଲୀ: ୩ ବର୍ଷରୁ ଅଧିକ ସମୟ ଏକାଠି ରହିବା ପରେ ଅଲଗା ହେଲେ ଟେସଲା ମୁଖ୍ୟ ଏଲନ୍ ମସ୍କ ଓ ଗ୍ରିମ୍ସ । ନିକଟରେ ଏହି କପଲ୍ ସରୋଗେସୀ ଜରିଆରେ ନିଜର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଥିଲେ । ମଙ୍ଗଳବାର ଦିନ ଗ୍ରିମ୍ସ ଟୁଇଟର୍ ରେ ଏକ ପୋଷ୍ଟ ଜରିଆରେ ଏନେଇ ଖୁଲାସା କରିଛନ୍ତି । ସେ ଏଲନ୍ ଙ୍କ ଠାରୁ ଅଲଗା ହେବା କଥା ରିଭିଲ୍ କରିଛନ୍ତି ।

ମାଗାଜିନ୍ ଭାନିଟି ଫେୟାର୍ ରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ସେ ଓ ଏଲନ୍ ମସ୍କ ପୁଣି ଅଲଗା ହୋଇଯାଇଛନ୍ତି । ଏହା ବି କହିଛନ୍ତି ଯେ, ଆମେ ଦୁହେଁ ଭଲ ବନ୍ଧୁ ହିସାବରେ ରହିବୁ ଓ ତାଙ୍କ ଜୀବନର ପ୍ରେମ ହେଉଛନ୍ତି ଏଲନ୍ । ସୂଚନାଯୋଗ୍ୟ, ପୂର୍ବରୁ ବି ଦୁହିଁଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଯାଇଥିଲା । ୨୦୨୧ ସେପ୍ଟେମ୍ବର ମାସରେ ଦୁହେଁ ଅଲଗା ହୋଇଯାଇଥିଲେ । ୨୦୧୮ରୁ ଏଲନ୍ ଓ ଗ୍ରିମ୍ସ ଡେଟ୍ କରିଆସୁଛନ୍ତି । ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛି ।

Get real time updates directly on you device, subscribe now.