fbpx

ଟାଟା ସନ୍ସର ମୁଖ୍ୟ ହେଲେ ଏୟାର ଇଣ୍ଡିଆର ଅଧ୍ୟକ୍ଷ

ନୂଆଦିଲ୍ଳୀ: ଟାଟା ସନ୍ସର ମୁଖ୍ୟ ଏନ ଚନ୍ଦ୍ରଶେଖରନଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବରେ ନିୟୋଜିତ କରାଯାଇଛି । ସୋମବାର ଏନେଇ ଟାଟା ଗ୍ରୁପ୍ ତରଫରୁ ଘୋଷଣା କରାଯାଇଛି । ଅବଶ୍ୟ ଏବେବି କମ୍ପାନୀର ସିଇଓ ପଦବୀ ଖାଲି ପଡ଼ିଛି । ଏହା ଛଡ଼ା ଜେନେରାଲ ଇନସ୍ୟୁରାନ୍ସ କର୍ପୋରେସନର ପୂର୍ବ ସିଏମଡି ଏଲିସ ଗୀବର୍ଗୀସ ବ÷ଦ୍ଧାନ ଏବଂ ହିନ୍ଦୁସ୍ତାନ ୟୁନିଲିଭରର ଚେୟାରମ୍ୟାନ୍ ସଞ୍ଜୀବ ମେହତାଙ୍କୁ ମଧ୍ୟ ବୋର୍ଡରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବରେ ସାମିଲ କରାଯାଇଛି । ଫେବୃଆରୀରେ ଟାଟା ସନ୍ସ ଲିମିଟେଡ ଏନ ଚନ୍ଦ୍ରଶେଖରନଙ୍କୁ ଆଗାମୀ ପାଞ୍ଚ ବର୍ଷ ପାଇଁ ପରିଚାଳନା ଅଧ୍ୟକ୍ଷ ଭାବରେ ନିୟୋଜିତ କରିଥିଲେ ।

ନିକଟରେ ଚନ୍ଦ୍ରଶେଖରନ ଏୟାରଲାଇନ୍ସର କର୍ମଚାରୀଙ୍କୁ ସମ୍ବୋନ୍ଧିତ କରି କହିଥିଲେ ଯେ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆର ନେଟୱର୍କକୁ ବଢ଼ାଇବା ପାଇଁ, ଏୟାରଲାଇନର ଆଧୁନିକୀକରଣ କରିବା ପାଇଁ, ନିଜ ଗ୍ରାହକ ସେବା ବିକଶିତ କରିବା ଏବଂ ଏହାକୁ ଦୁନିଆର ସବୁଠୁ ବୈଷୟିକ ଭାବରେ ଉନ୍ନତ କରିବା ପାଇଁ ଯୋଜନା ରଖିଛି । ଯାତ୍ରୀଙ୍କ ସେବା ଏୟାରଲାଇନ୍ସର ପ୍ରାଥମିକତା ରହିବ ବୋଲି କହିଥିଲେ ।

ସୂଚନାଯୋଗ୍ୟ, ଜାନୁଆରୀରେ ଏୟାର ଇଣ୍ଡିଆକୁ ସରକାର ଟାଟା ଗ୍ରୁପ୍ ହାତକୁ ଆସିଥିଲା । ଏୟାର ଇଣ୍ଡିଆକୁ ଟାଟା ସନ୍ସ ୧୮ ହଜାର କୋଟିରେ କିଣିଥିଲା । ଏବେବି ଏୟାର ଇଣ୍ଡିଆ ଉପରେ ୪୬ ହଜାର କୋଟିରୁ ଅଧିକ ଋଣ ଭାର ରହିଛି ।

Get real time updates directly on you device, subscribe now.