fbpx

ୟୁକ୍ରେନକୁ ସହାୟତା ପ୍ରଦାନ କରିବ ମିଳିତ ଜାତିସଂଘ, ଆମେରିକା ପଠାଇବ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ଆଜି ୟୁକ୍ରେନ-ରୁଷିଆ ଯୁଦ୍ଧ ୨୦ ଦିନରେ ପହଞ୍ଚିଛି । ଏହି ଭୟଙ୍କର ଲଢ଼େଇରେ ଦୁଇପକ୍ଷର ବହୁ ଧନଜୀବନ ହାନୀ ହୋଇଥିବା ବେଳେ ବେଶିମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ୟୁକ୍ରେନ । ରୁଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନର ଯେଉଁ କ୍ଷତି ଘଟିଛି, ତାହାକୁ ଭରଣା କରିବା ପାଇଁ ବୋଧହୁଏ ଏକ ଦଶନ୍ଧି ସମୟ ଲାଗିଯିବ । ତେବେ ଏହା ମଧ୍ୟରେ ୟୁକ୍ରେନକୁ ମିଳିତ ଜାତିସଂଘର ଜରୁରୀକାଳୀନ ପାଣ୍ଠିରୁ ମାନବିକ ସହାୟତା ସ୍ୱରୂପ ୩୦୫ କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଏହି ଘୋଷଣା କରିଛନ୍ତି ।

ଏହି ଅବସରରେ ଗୁଟେରସ କହିଥିଲେ ଯେ, ୟୁକ୍ରେନରେ ଲକ୍ଷ ଲକ୍ଷ ଲୋକ ଖାଇବାକୁ ନପାଇ ମରଣ ସହ ଲଢ଼େଇ କରୁଛନ୍ତି । ଏପରିସ୍ଥଳେ ସେମାନଙ୍କ ପାଖରେ ଆବଶ୍ୟକତା ମୁତାବକ ଜଳ, ଔଷଧ ଆଦି ଜରୁରୀକାଳୀନ ସାମଗ୍ରୀ ପହଞ୍ଚି ପାରୁନାହିଁ । ଏଥିସହିତ ଯୁଦ୍ଧକୁ ସମାପ୍ତ କରିବା ପାଇଁ ଭାରତ, ଇସ୍ରାଏଲ, ଚୀନ, ତୁର୍କୀ, ଜର୍ମାନୀ, ଫ୍ରାନ୍ସ ଆଦି ବିଭିନ୍ନ ରାଷ୍ଟ୍ର ସହ ଆଲୋଚନା କରାଯାଉଛି ।

ଅପରପକ୍ଷେ ଆମେରିକା ମଧ୍ୟ ୟୁକ୍ରେନକୁ ସହାୟତାର ହାତ ବଢ଼ାଇଛି । ୟୁକ୍ରେନକୁ ଆମେରିକା ବିଭିନ୍ନ ପ୍ରକାର ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ଯୋଗାଇଦେବ । ଏଥିସହ ୟୁକ୍ରେନ ରାଜଧାନୀ କିଭରେ ଦୁଃଖକଷ୍ଟରେ କାଳାତିପାତ କରୁଥିବା ଲୋକଙ୍କ ପାଇଁ ଅର୍ଥ, ଖାଦ୍ୟ ସହ ଅନ୍ୟ ମାନବିକ ସହାୟତା ପ୍ରଦାନ କରାଯିବ । ୟୁକ୍ରେନୀୟ ଶରଣାର୍ଥୀଙ୍କୁ ଆମେରିକାରେ ରହିବାକୁ ଅନୁମତି ମିଳିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.