fbpx

ହିଜାବ ମାମଲାରେ ଛାତ୍ରୀଙ୍କୁ ଝଟକା; ଆବେଦନ ଖାରଜ; ଜାଣନ୍ତୁ କଣ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ହିଜାବ ବିବାଦ ମାମଲାରେ ଛାତ୍ରଛାତ୍ରୀଙ୍କୁ ଝଟକା । ଏହି ମାମଲାରେ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି । ଆବେଦନକୁ ଖାରଜ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚାଲେଞ୍ଜ କରି କରାଯାଇଥିଲା ଆବେଦନ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରିବେ ନାହିଁ ବୋଲି କହିଛି ହାଇକୋର୍ଟ ।

କର୍ଣ୍ଣାଟକ ହାଇକୋର୍ଟରେ ଉଡ଼ୁପୀର ଛାତ୍ରୀ ମାନେ ଏକ ଆବେଦନ ଦାୟର୍ କରିଥିଲେ । ଏନେଇ ଫେବୃଆରୀ ୯ ତାରିଖରେ ଚିଫ୍ ଜଷ୍ଟିସ୍ ରିତୁ ରାଜ ଅବସ୍ଥୀ, ଜଷ୍ଟିସ୍ କୃଷ୍ଣା ଏସ୍ ଦୀକ୍ଷିତ ଓ ଜଷ୍ଟିସ୍ ଜେଏମ୍ ଖାଜୀଙ୍କ ବେଞ୍ଚ୍ ର ଗଠନ କରିଥିଲେ । ଛାତ୍ରୀ ମାନେ ଆବେଦନ କରିଥିଲେ ଯେ, କ୍ଲାସ୍ ଭିତରେ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ, କାରଣ ଏହା ହେଉଛି ସେମାନଙ୍କ ପରମ୍ପରାର ଅଂଶ ।

Get real time updates directly on you device, subscribe now.