fbpx

ଅକ୍ଷୟ-ପ୍ରଭାସଙ୍କ ଏହିସବୁ ଫିଲ୍ମକୁ ରିଜେକ୍ଟ୍ କରିସାରିଛନ୍ତି ଆଲିୟା, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଖୁବ୍ କମ୍ ସମୟ ମଧ୍ୟରେ ଆଲିୟା ବଲିଉଡ୍ ର ଆଗ ଧାଡ଼ିର ନାୟିକା ହୋଇପାରିଛନ୍ତି । ଆଲିୟାଙ୍କ ସ୍କ୍ରିପ୍ଟ ଚଏସ୍ ଖୁବ୍ ଭିନ୍ନ । ଫିଲ୍ମରେ ନିଜ ଭୂମିକାର ମହତ୍ତ୍ୱକୁ ଧ୍ୟାନରେ ରଖି ସେ ସ୍କ୍ରିପ୍ଟ ଫାଇନାଲ୍ କରନ୍ତି । ଆଜି ଆଲିୟା ନିଜର ୨୯ତମ ଜନ୍ମଦିନ ମନାଉଛନ୍ତି । ଏହି କ୍ରମରେ ଆମେ କିଛି ଫିଲ୍ମ ସମ୍ପର୍କରେ ଜାଣିବା ଯେଉଁସବୁକୁ ଆଲିୟା ରିଜେକ୍ଟ୍ କରିଦେଇଛନ୍ତି । ବଡ଼ ବଡ଼ ଷ୍ଟାରର୍ସଙ୍କ ଫିଲ୍ମକୁ ବି ଆଲିୟା ରିଜେକ୍ଟ କରିଦେଇଛନ୍ତି । ତନ୍ମଧ୍ୟରୁ କିଛି ଫଇଲ୍ମ ସୁପରହିଟ୍ ହୋଇଛି ତ କିଛି ଫ୍ଲପ୍ ।

ଶେରଶାହ: ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ ଷ୍ଟାରର୍ ଶେରଶାହ ଫିଲ୍ମ ପ୍ରଥମେ ଆଲିୟାଙ୍କୁ ଅଫର୍ କରାଯାଇଥିଲା । ହେଲେ ଆଲିଆ ସମୟ ଅଭାବରୁ ଏହାକୁ କରିବାକୁ ମନା କରିଦେଇଥିଲେ । ପରେ ଏହାକୁ କିଆରା ଆଡଭାନୀଙ୍କୁ ଅଫର୍ କରାଯାଇଥିଲା । ଆଉ ଏହା ସୁପର୍ ହିଟ୍ ମଧ୍ୟ ହୋଇଥିଲା ।

ବେଲ୍ ବଟମ୍: ଅକ୍ଷୟ କୁମାର ଷ୍ଟାରର୍ ବେଲ୍ ବଟମ୍ ବକ୍ସଅଫିସ୍ ରେ ସୁପର୍ ହିଟ୍ ହୋଇଥିଲା । ଏହି ଫିଲ୍ମକୁ ବି କରିବା ପାଇଁ ମନା କରିଦେଇଥିଲେ ଆଲିୟା ।

ସାହୋ: ବାହୁବଳୀ ପରେ ପ୍ରଭାସଙ୍କ ଫିଲ୍ମ ସାହୋ ଉପରେ ସମସ୍ତଙ୍କ ନଜର ରହିଥିଲା । ହେଲେ ଆଲିୟା ଭଟ୍ଟ ଏହି ଫିଲ୍ମକୁ ସାଇନ୍ କରିବାକୁ ମନା କରିଦେଇଥିଲେ । ତାଙ୍କ ପରେ ଶ୍ରଦ୍ଧା କପୁରଙ୍କୁ ଫାଇଲ୍ କରାଯାଇଥିଲା ।

ନୀରଜା: ନୀରଜା, ଏକ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଥିଲା । ଯେଉଁଥିରେ ପ୍ଲେନ୍ କୁ ହାଇଜାକ୍ କରିଦିଆଯାଇଥିଲା । ହେଲେ ନୀରଜା ଲୋକଙ୍କ ଜୀବନକୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ଆଲିୟାଙ୍କୁ ପ୍ରଥମେ ଏହି ଫିଲ୍ମ ଅଫର୍ କରାଯାଇଥିଲା । ଏହାକୁ କରିବାକୁ ସେ ମନା କରିଦେଇଥିଲେ ।

ଗୋଲମାଲ୍ ଏଗେନ୍: ପ୍ରତିଟି ଅଭିନେତ୍ରୀ ରୋହିତ୍ ସେଟ୍ଟୀଙ୍କ ଫିଲ୍ମ ର ଅଂଶ ହେବାକୁ ଚାହାଁନ୍ତି । ହେଲେ ଆଲିୟା ଗୋଲମାଲ୍ ଏଗେନ୍ କୁ ବି ମନା କରିଦେଇଥିଲେ ।

ରାବତା: ସୁଶାନ୍ତ ସିଂହ ରାଜପୁତ ଷ୍ଟାରର୍ ଫିଲ୍ମ ରାବତା କୃତି ସାନନ୍ ଙ୍କ ପୂର୍ବରୁ ଆଲିଆଙ୍କୁ ଅଫର୍ କରାଯାଇଥିଲା । କିନ୍ତୁ ସେ ଏହାକୁ କରିନଥିଲେ ।

Get real time updates directly on you device, subscribe now.