fbpx

ମୁସଲିମ୍ ଝିଅ ହେବେ ହିନ୍ଦୁ ଘର ବୋହୂ: ପ୍ରେମ ପାଇଁ କଲେ ଧର୍ମ ପରିବର୍ତ୍ତନ (See Video)

ମୁସଲମାନ ଝିଅ ହେବେ ଓଡିଆ ଘରର ବୋହୁ । ଧର୍ମ ପରିବର୍ତ୍ତନ କରି ହେବେ ଖାଣ୍ଟି ଓଡିଆଣୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପାଇକମାଲ ଠାରେ । ଯୁବତୀ ଜଣଙ୍କ ହେଉଛନ୍ତି  ମୁସଲମାନ ସମ୍ପ୍ରଦାୟର ଝିଅ ସାଇନା ବାନୋ ।

ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ବରଗଡ଼ ଜିଲ୍ଲା ପାଇକମାଲ୍ ର “ମୁସ୍ତାଫ ମହମ୍ମଦଙ୍କ” ଝିଅ । ଗତ କିଛିଦିନ ତଳେ “ସାଇନା ବାନୋ” ହିନ୍ଦୁଧର୍ମ ଗ୍ରହଣ କରିବା ପାଇଁ ବଲାଙ୍ଗିର ଅର୍ୟ୍ୟସମାଜ ଠାରେ ଆବେଦନ କରିଥିଲେ। ଧର୍ମ ପରିବର୍ତ୍ତନ ବିଷୟରେ ପଚାରିବାରୁ ଯୁବତୀ ଜଣକ କହିଛନ୍ତି ଯେ ସେ ହିନ୍ଦୁ ସମ୍ପ୍ରଦାୟର ଜଣେ ଯୁବକଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି ।

ସତରେ ପ୍ରେମ କିଛି ବି କରିପାରେ ସେଥିପାଇଁ ତ ହିନ୍ଦୁ ଘର ବୋହୂ ହେବାପାଇଁ ମୁସଲିମ୍ ଧର୍ମକୁ ଛାଡି ହିନ୍ଦୁ ଧର୍ମକୁ ଗ୍ରହଣ କରିଛନ୍ତି “ସାଇନା ବାନୋ”। ହିନ୍ଦୁଧର୍ମ ରୀତିନୀତି ଅନୁସାରେ ତାଙ୍କ ନାମ “ସୋନୋମ ଆର୍ଯ୍ୟା” ରଖାଯାଇଛି। ହିନ୍ଦୁ ଧର୍ମ ଗ୍ରହଣ କରିଥିବାରୁ ଆର୍ୟ୍ୟ ସମାଜ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଖୁସି ବ୍ୟକ୍ତ କରିଥିଲେ। ତେବେ ପରିବାର ଲୋକଙ୍କ ସହମତିରେ ଆର୍ୟ୍ୟ ସମାଜରେ ବିଧିରେ ନିଜକୁ ଓଡିଆଣୀ କରିଛନ୍ତି ସାଇନା । ଦେଖନ୍ତ ଭିଡିଓ…

Get real time updates directly on you device, subscribe now.