fbpx

ଫ୍ରି ରେ ଡାଉନଲୋଡ କରନ୍ତୁ ‘ଦ କାଶ୍ମୀର ଫାଇଲ୍ସ’, ହ୍ୱାଟ୍ସଆପରେ ଆସୁଥିବା ଏହି ମେସେଜରୁ ଦୂରେଇ

ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ବେଶ୍ ଚର୍ଚ୍ଚାରେ ରହିଛି । କାଶ୍ମୀର ପଣ୍ଡିତଙ୍କ ଅସୁବିଧାକୁ ଦର୍ଶାଉଥିବା ଏହି ଫିଲ୍ମକୁ ନେଇ ଦେଶରେ ଅନେକ ପ୍ରକାର ବିଚାର ସାମ୍ନାକୁ ଆସିଛି । ଫଳରେ ଲୋକଙ୍କ ମନରେ ଫିଲ୍ମକୁ ନେଇ ରୋମାଞ୍ଚ ବଢ଼ିଯାଇଛି ।

ଫିଲ୍ମ ଦେଖିବାକୁ ସିନେମା ହଲ ଯିବାକୁ ପଡ଼େ କିନ୍ତୁ କିଛି ସମୟରୁ ହ୍ୱାଟ୍ସଆପ୍ରେ ଏହି ଫିଲ୍ମକୁ ଫ୍ରି ରେ ଡାଉନଲୋଡ କରି ଦେଖିବା ପାଇଁ ଏକ ଲିଙ୍କ ଶେୟାର କରାଯାଉଛି । ସେହି ଲିଙ୍କ ବିରୋଧରେ ପୋଲିସ ମଧ୍ୟ ଚେତାବନୀ ଦେଇଛି, ତେବେ ଆସନ୍ତୁ ଜାଣିବା କ’ଣ ପାଇଁ ।

ଏମିତିରେ ଯେ କୌଣସି ଫିଲ୍ମ ହେଉ ନା କାହିଁକି ସବୁବେଳେ ଏହାର ବୈଧ ଉପାୟରେ ହିଁ ଦେଖିବା କଥା । କିନ୍ତୁ ଏହି ଫିଲ୍ମକୁ ଡାଉନଲୋଡ ଫିଲ୍ମ ପାଇଁ ହ୍ୱାଟ୍ସଆପ୍ ରେ ଏକ ଲିଙ୍କ୍ ଘୂରିବୁଲୁଛି ଏବଂ ଏହାଦ୍ୱାରା ଫିଲ୍ମ ଡାଉନଲୋଡ କରି ଘରେ ବସି ଫିଲ୍ମ ଦେଖିପାରିବେ ବୋଲି କୁହାଯାଉଛି ।

ତେବେ ଏହା କୌଣସି ଲିଙ୍କ ନୁହେଁ ବରଂ ହ୍ୟାକରଙ୍କ ଏକ ଚାଲ୍ ଯାହାଦ୍ୱାରା ଫୋନରେ ଭାଇରସ ଆସିପାରେ ଏବଂ ଆପଣଙ୍କ ସମସ୍ତ ତଥ୍ୟ ଏବଂ ଆକାଉଣ୍ଟରୁ ଟଙ୍କା ଚୋରି ହୋଇପାରେ ବୋଲି ପୋଲିସ୍ ତରଫରୁ ସୂଚନା ଦିଆଯାଇଛି । ତେଣୁ ଏଭଳି ଲିଙ୍କ ଉପରେ ଧ୍ୟାନ ନଦେବାକୁ କୁହାଯାଇଛି ।

Get real time updates directly on you device, subscribe now.