fbpx

ମାସେ ପୂର୍ବରୁ ଆମାଜନ ଜଙ୍ଗଲରେ ହଜିଯାଇଥିଲେ ୮ ବର୍ଷ ଓ ୬ ବର୍ଷ ବୟସର ଦୁଇ ଭାଇ, ମାସେ ପରେ ମିଳିଲେ ଜୀବିତ, କିନ୍ତୁ….

ନୂଆଦିଲ୍ଲୀ: ଖାଇବା ସମୟ ଏକ ଘଣ୍ଟା ବିଳମ୍ବ ହୋଇଗଲେ ଆମର ଅବସ୍ଥା କ’ଣ ହୁଏ ଆପଣମାନେ ଭଲ ଭାବରେ ଜାଣିଥିବେ । ଖାଇବା ସମୟ ଅତିକ୍ରନ୍ତ ହୋଇଗଲେ ଆମର ମୁଣ୍ଡ ଝାଇଁଝାଇଁ ହୋଇଯାଇଥାଏ, ଦିନସାରା ଅତ୍ୟଧିକ ଦୁର୍ବଳ ଅନୁଭବ ହୋଇଥାଏ । ତେବେ ଥରେ ଭାବନ୍ତୁ ଆପଣ ଯଦି ଏକ ମାସ ଧରି ଏକ ଘଞ୍ଚ ଜଙ୍ଗଲରେ ଭୋକ ଉପାସରେ ରହିବେ, ତେବେ ଆପଣଙ୍କ କ୍ଷେତ୍ରରେ କ’ଣ ଘଟିବ । ଏଭଳି କିଛି ଘଟିଛି ଦୁଇଜଣ ଛୋଟ ପିଲାଙ୍କ ସହ । ସେ ଦୁହେଁ ମାସେ ପୂର୍ବରୁ ଆମାଜନ ଜଙ୍ଗଲରେ ହଜି ଯାଇଥିଲେ । ମାତ୍ର ଖୁସିର କଥା ବର୍ତ୍ତମାନେ ସେମାନଙ୍କୁ ଜୀବତ ଅବସ୍ଥାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଜଣାପଡ଼ିଛି ଯେ, ୮ ବର୍ଷ ଓ ୬ ବର୍ଷର ଦୁଇଭାଇ ଆମାଜନ ରେନ ଫରେଷ୍ଟରେ ଏକ ମାସ ପୂର୍ବରୁ ହଜିଯାଇଥିଲେ । ଗତ ମାସ ୧୮ ତାରିଖରେ ସେମାନେ ପକ୍ଷୀ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ । ତା’ପରଠାରୁ ସେମାନଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲେ ହେଁ ଆଉ ମିଳିନଥିଲେ । ମାତ୍ର ଗଚ ୧୫ ତାରିଖରେ ଜଣେ କାଠ କଟାଳି ସେ ଦୁହିଁଙ୍କୁ ଦେଖିଥିଲେ । ତେବେ ବର୍ତ୍ତମାନ ସେମାନଙ୍କର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦୁଇ ଭାଇଁ ଦୀର୍ଘଦିନ ଧରି ନ ଖାଇ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.