fbpx

ଢାକାରେ ଇସ୍କନ ମନ୍ଦିର ଉପରେ ହମଲା: ଅନେକ ଲୋକ ଆହତ, ମୂଲ୍ୟବାନ ସାମଗ୍ରୀ ଲୁଟ୍

ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ଥରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଇଛି । ରାଜଧାନୀ ଢାକା ସ୍ଥିତି ଇସ୍କନ ରାଧାକାନ୍ତା ମନ୍ଦିର ଉପରେ ଏକ ହମଲା କରାଯିବା ସହ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟ୍ ହୋଇଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ଅନେକ ଲୋକ ଘାୟଲ ହୋଇଛନ୍ତି । ଜଣାପଡ଼ିଛି ଯେ, ଢାକାର ୱାରୀ ଅନ୍ତର୍ଗତ ୨୨୨ ଲାଲ ମୋହନ ସାହା ଷ୍ଟ୍ରିଟରେ ଥିବା ରାଧାକାନ୍ତା ମନ୍ଦିରରେ ଗତକାଲି ସନ୍ଧ୍ୟା ୭ଟା ସମୟରେ ଆକ୍ରମଣ ହୋଇଥିଲା । ହାଜି ସୈଫୁଲ୍ଲାଙ୍କ ନେତୃତ୍ୱରେ ୨୦୦ରୁ ଅଧିକ ଲୋକ ଏହି କାଣ୍ଡ ଭିଆଇଥିବା କୁହାଯାଉଛି ।
ତେବେ ଏହି ଘଟଣାକୁ ଇସ୍କନ ଇଣ୍ଡିଆର ଉପସଭାପତି ରାଧାରମଣ ଦାସ ଟ୍ୱିଟ କରି ନିନ୍ଦା କରିଛନ୍ତି । ଦୋଳ ଯାତ୍ରା ଓ ହୋଲି ଉତ୍ସବ ପୂର୍ବରୁ ଏହି ଘଟଣା ସଂଘଟିତ କରାଯାଇଛି । ହଜାର ହଜାର ବାଂଲାଦେଶୀ, ପାକିସ୍ତାନୀ ସଂଖ୍ୟାଲଘୁଙ୍କ ପାଇଁ ମିଳିତ ଜାତିସଂଘ ପଦକ୍ଷେପ ନେଉଥିବା ବେଳେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଅତ୍ୟାଚାର ସମୟରେ ନିରବଦ୍ରଷ୍ଟା ସାଜିବା ନିଶ୍ଚିତ ଭାବେ ନିନ୍ଦନୀୟ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ନବରାତ୍ରି ସମୟରେ ହିନ୍ଦୁଙ୍କ ବିରୋଧରେ ଗୁଜବ ପ୍ରଚାର କରାଯାଇ ନାନୁଆର ଦିଘି ହ୍ରଦ ନିକଟସ୍ଥ ଦୁର୍ଗାପୂଜା ପେଣ୍ଡାଲ ଉପରେ ହମଲା କରାଯାଇଥିଲା । ଏଥିସହ ହିନ୍ଦୁଙ୍କର ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଉକ୍ତ ହିଂସାରେ ୩ ଜଣ ଲୋକ ମୃତ୍ୟୁବରଣ କରିଥିଲେ । ତେବେ ଗତ ୯ ବର୍ଷ ମଧ୍ୟରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ୩୬୦୦ରୁ ଅଧିକ ହମଲା କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.