fbpx

ଯେଉଁ ପିତାମାତା ଚାଇଲ୍ଡ ଇନସ୍ୟୁରାନ୍ସ ବା ଚାଇଲ୍ଡ ଇନଭେଷ୍ଟମେଣ୍ଟ କରୁଛନ୍ତି, ସେମାନେ ଏହି ୫ଟି ପଏଣ୍ଟ ପ୍ରତି ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ନିଜର ସନ୍ତାନମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚାହୁଁଥାନ୍ତି ତେବେ ଚାଇଲ୍ଡ ଇନସ୍ୟୁରାନ୍ସ ବା ଚାଇଲ୍ଡ ଇନଭେଷ୍ଟମେଣ୍ଟ ଏକ ଭଲ ପ୍ଲାନ । ଆଜିକାଲି ପିଲାମାନଙ୍କର ସ୍କୁଲଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ପାଠପଢ଼ା ପାଇଁ ବହୁ ଅର୍ଥର ଆବଶ୍ୟକତା ପଡ଼ିଥାଏ । ତେଣୁ ଯଦି ଅଭିଭାବକମାନେ ୧୦-୧୫ ବର୍ଷ ପୂର୍ବରୁ ଉପଯୁକ୍ତ ପ୍ଲାନିଂ କରିଥିବେ, ତେବେ ସେମାନଙ୍କର ସନ୍ତାନଙ୍କର ଭବିଷ୍ୟତ ଚମକି ଉଠେ । ଏହି ପ୍ଲାନ ମାଧ୍ୟମରେ ପିତାମାତା ସେମାନଙ୍କର ପୁଅଝିଅଙ୍କୁ ଉତ୍ତମ ଧରଣର ଶିକ୍ଷା ପ୍ରଦାନ ନେଇ ପ୍ରୟାସ କରିଥାନ୍ତି । ତେବେ ଏପରି ନିବେଶ ପ୍ଲାନିଂ କରିବା ସମୟରେ ପିତାମାତାଙ୍କୁ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ।

୧- ଆପଣ କେତେ ମାତ୍ରାରେ ରିସ୍କ ନେଇପାରିବେ, ସେନେଇ ପ୍ରଥମେ ସ୍ଥିର କରିବା ଦରକାର । ଆପଣ ଯେତେ ହାଇ ରିଟର୍ଣ୍ଣ ପାଇବାକୁ ଚାହିଁବେ, ଅନୁରୂପ ଭାବେ ହାଇ ରିସ୍କ ଉଠାଇବାକୁ ପଡ଼ିବ । ନିଜର କଷ୍ଟୋପାର୍ଜିତ ଧନକୁ ନିବେଶ କରିବା ପୂର୍ବରୁ ଭଲ ଭାବେ ସ୍କିମ୍ ବିଷୟରେ ବୁଝିବା ଦରକାର ।

୨- ଆପଣମାନେ ଏକଥା ଭାବିବା ଉଚିତ ଯେ, ବର୍ତ୍ତମାନ ସମୟରେ ପିଲାଙ୍କର ପାଠପଢ଼ାରେ କେତେ ଖର୍ଚ୍ଚ ହେଉଛି ଓ ଆସନ୍ତା ୫-୧୦ ବର୍ଷରେ ତା’ର ସ୍ଥିତି କିପରି ରହିଥିବ । ଆଜି ଯେଉଁ ଖର୍ଚ୍ଚ ୧୦ ଲକ୍ଷ ତାହା ଆଗାମୀ ଦିନରେ ୨୦ ଲକ୍ଷ କିମ୍ବା ତା’ଠାରୁ ଅଧିକ ହୋଇପାରେ ।

୩- ନିଜର ପିଲାଙ୍କର ଇନସ୍ୟୁରାନ୍ସ କରିବା ପୂର୍ବରୁ ପିତାମାତା ସେମାନଙ୍କର ଇନସ୍ୟୁରାନ୍ସ କରିନିଅନ୍ତୁ । ଯଦି ଦୁର୍ଭାଗ୍ୟବଶତଃ ଜଣଙ୍କର ମୃତ୍ୟୁ ଘଟେ, ତେବେ ତା’ର ଫାଇଦା ପୂରା ପରିବାର ପାଇପାରିବେ ।

୪- ଆପଣଙ୍କର ପିଲାର ଭବିଷ୍ୟତର ଆବଶ୍ୟକତା ଓ ପଲିସି ଟର୍ମର ଅବଧି ମ୍ୟାଚ ହେବା ଦରକାର । ଯଦି ଆପଣ ୧୫ ବର୍ଷ ପରେ ଉଚ୍ଚଶିକ୍ଷା ପାଇଁ ଫଣ୍ଡ ଯୋଗାଡ଼ କରୁଛନ୍ତି, ତେବେ ୧୫ ବର୍ଷରୁ କମ୍ ବା ଅଧିକ ପଲିସି ଟର୍ମ ବାଛିଲେ ଏ କ୍ଷେତ୍ରରେ ଫାଇଦା ମିଳିନଥାଏ ।

୫- ନିବେଶ କ୍ଷେତ୍ରରେ ବିଳମ୍ବ କରିବା ହେଉଛି ପିତାମାତାଙ୍କର ଏକ ବଡ଼ ଭୁଲ୍ । ଆପଣ ଯେତେ ବିଳମ୍ବ କରିବେ, ରିଟର୍ଣ୍ଣ ସେତେ କମ୍ ମିଳିବ । ତେଣୁ ସନ୍ତାନର ଜନ୍ମ ପରେ ପରେ ନିବେଶ ଆରମ୍ଭ କରିବା ଦରକାର । ଯଦି ଆପଣ ଛୁଆ ଜନ୍ମ ଆରମ୍ଭରୁ ମାସିକ ୧୦ ହଜାର ଟଙ୍କା ନିବେଶ କରିବେ, ତେବେ ୨୦ ବର୍ଷ ପରେ ୧୫ ପ୍ରତିଶତ ସୁଧ ହାରରେ ଏକ କୋଟିରୁ ଅଧିକ ପୁଞ୍ଜି ମିଳିପାରିବ ।

Get real time updates directly on you device, subscribe now.