fbpx

ONGC ରେ ନିଯୁକ୍ତି ସୁଯୋଗ: କନ୍ସଲଣ୍ଟାଣ୍ଟ ପଦରେ ରହିଛି ଭଲ ନିଯୁକ୍ତି, ଏହି ତାରିଖ ପୂର୍ବରୁ କରନ୍ତୁ ଆବେଦନ

ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ ଲିମିଟେଡ ରେ ଜୁନିୟର କନ୍ସଲଟାଣ୍ଟ ଏବଂ ଆସୋସିଏଟ କନ୍ସଲଟାଣ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ ପାଇଁ ୩୦ ମାର୍ଚ୍ଚ ମାଧ୍ୟମରେ ମେଲ୍ ଜରିଆରେ ଆବେଦନ କରିପାରିବେ ।

ଅଫିସିଆଲ ନୋଟିଫିକେସନ ଅନୁଯାୟୀ, ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରୋଡକ୍ସନ ଏବଂ ଇଲେକ୍ଟ୍ରିକାଲ ଡିସିପ୍ଲିନରେ ସମୁଦାୟ ୩୬ ଖାଲି ପଦବୀରେ ନିଯୁକ୍ତି ହେବ । ଯେଉଁଥିରେ ଜୁନିୟର କନ୍ସଲଟାଣ୍ଟ ପାଇଁ ୧୪ ପଦବି ଏବଂ ଆସୋସିଏଟ କନ୍ସଲଟାଣ୍ଟ ପାଇଁ ୨୨ ପଦ ସାମିଲ ରହିଛି । ଆସୋସିଏଟ କନ୍ସଲଟାଣ୍ଟ ପଦରେ ଚୟନ ହୋଇଥିବା ଆଶାୟୀଙ୍କୁ ୬୬୦୦୦ ଟଙ୍କା ଦରମା ମିଳିବ । ସେହିଭଳି ଜୁନିୟର କନ୍ସଲଟାଣ୍ଟ ପଦରେ ୪୦୦୦୦ ଟଙ୍କା ପ୍ରତିମାସ ଦରମା ମିଳିବ । ସେହିଭଳି ଆଶାୟୀଙ୍କ ବୟସଙ୍କ ୬୫ ବର୍ଷରୁ ଅଧିକ ହୋଇନଥିବ ।

ଏହି ପଦରେ ଭର୍ତ୍ତି ପାଇଁ ଆଶାୟୀଙ୍କୁ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ ।  ଏହି ପରୀକ୍ଷା ସମୟ ଏବଂ ସ୍ଥାନ ନେଇ ଆଗାମୀ ସମୟରେ ଅପଡେଟ ଦିଆଯିବ । ଅଧିକ ବିସ୍ତୃତ ସୂଚନା ପାଇଁ ଆଶାୟୀ ଅଫିସିଆଲ ନୋଟିଫିକେସନ ଦେଖିପାରିବେ ।

ମେଲ ଜରିଆରେ କରିବେ ଆବେଦନ:

ସବୁ ଯୋଗ୍ୟ ଆଶାୟୀ ଓଏନଜିସି ଭ୍ୟାକେନ୍ସୀ ୨୦୨୨ ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟା ମାଧ୍ୟମରେ ଆବେଦନ କରିବେ ତଥା ଅନ୍ୟ ଡକ୍ୟୁମେଣ୍ଟ [email protected] ରେ ୩୦ ମାର୍ଚ୍ଚ ୨୦୨୨ ମଧ୍ୟରେ କିମ୍ବା ଏହା ପୂର୍ବରୁ ପଠାଇବାକୁ ହେବ । ଅନ୍ୟ କୌଣସି ସୂଚନା ପାଇଁ ଆଶାୟୀ ୯୪୨୮୩୩୦୩୩୫ ରେ ଯୋଗାଯୋଗ କରିପାରିବେ । ଅଧିକ ଅପଡେଟ ପାଇଁ ଅଫିସିଆଲ ୱେବସାଇଟ ongcindia.com ରେ ଚେକ କରିପାରିବେ ।

Get real time updates directly on you device, subscribe now.