fbpx

ରୋହିଣୀ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ୧୨ ଦମକଳ ବାହିନୀ ନିୟୋଜିତ

ଦିଲ୍ଳୀ ରୋହିଣୀ ଅଞ୍ଚଳରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ରୋହିଣୀର ପଡାଲ ଅଞ୍ଚଳରେ ଲାଗିଥିବାର କୁହାଯାଉଛି । ନିଆଁ ଲାଗିବା ନେଇ ୧: ୪୮ ରେ ଦିଆଯାଇଥିଲା । ଏହାପରେ ଘଟଣାସ୍ଥଳରେ ଦମକଳର ପ୍ରାୟ ୧୨ ଟି ଗାଡ଼ି ପହଞ୍ଚିଥିଲା ଏବଂ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ପଡାଲ ଅଞ୍ଚଳରେ ଲାଗିଥିବା ନିଆଁରେ କେତେ ଲୋକ ଆହତ କିମ୍ବା କେତେ କ୍ଷୟକ୍ଷତିର ସୂଚନା ମିଳିନାହିଁ । ତେବେ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।

Get real time updates directly on you device, subscribe now.